ଛାତ୍ରୀଙ୍କୁ ରାଗିଂ କରି ୭ ଛାତ୍ର ସସ୍ପେଣ୍ଡ

Spread the love

ବ୍ରହ୍ମପୁର: ରାଜ୍ୟ ସରକାର ତଥା ରାଜ୍ୟ ଶିକ୍ଷା ବିଭାଗ ରାଜ୍ୟରେ ରାଗିଂକୁ ନା କହୁଥିବା ବେଳେ କିନ୍ତୁ ରାଗିଂ ଉପରେ ସମ୍ଭବ ହେଉନି ନିୟନ୍ତ୍ରଣ। ରାଗିଂକୁ ନେଇ ବ୍ରହ୍ମପୁରର  ୭ ଛାତ୍ରଙ୍କୁ କଲେଜ ମନା ହୋଇଛି । ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ ସମସ୍ତ ୭ ଛାତ୍ର ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜର ହୋଇଥିବା ବେଳେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ସସ୍ପେଣ୍ଡ କରି ଦେଇଛି। ଆଣ୍ଟି ରାଗିଂ କମିଟିର ସୁପାରିସ କ୍ରମେ କଲେଜ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସ ହୋଇଛି।

ଗତମାସ  ଖଲ୍ଲିକୋଟ ଜୁନିୟର କଲେଜର  ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଦ୍ୱିତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ  ଛାତ୍ରୀଜଣଙ୍କ ପ୍ରତି ଦୁର୍ବ୍ୟବହାର ପାଇଁ ୧୦ଜଣ ଛାତ୍ରଙ୍କୁ ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରାଯାଇଥିଲା। ୧୦ ଦିନ ପରେ କଲେଜକୁ ଆସି ସେହି ଛାତ୍ରମାନେ ସେମାନଙ୍କ କାର୍ଯ୍ୟରୁ ଓହରି ନ ଥିଲେ। ମଙ୍ଗଳବାର ଦିନ ଛାତ୍ରୀଙ୍କୁ ପୁଣି ରାଗିଂ କରିବାରୁ ସେ କଲେଜ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ କରିଥିଲେ।

କିଛିଦିନ ଆଗରୁ  ରାଗିଂ ଅଭିଯୋଗରେ କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ   ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଜରିମାନା କରିଥିଲେ।  ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।  ଏ ସମ୍ପର୍କରେ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *