ବିଶ୍ୱ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଲଶ୍କର ଆତଙ୍କବାଦୀ ଭୁଟ୍ଟାବୀର ପାକିସ୍ତାନ ଜେଲରେ ମୃତ୍ୟୁ

ଇସଲାମାବାଦ : ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଲଶ୍କର-ଏ  ତୋଇବା ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାବୀ ଙ୍କର ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ମୃତ୍ୟୁ ଘଟିଛି । ଆତଙ୍କବାଦକୁ ଆର୍ôଥକ ସହାୟତା ଦେବା ମାମଲାରେ ସେ ଏହି  ଦଣ୍ଡ ଭୋଗୁଥିଲେ ।

୨୦୦୮ ମସିହାରେ ଭାରତର ଶିଳ୍ପ ରାଜଧାନୀ କୁହାଯାଉଥିବା ସହର ମୁମ୍ବାଇ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ଲଶ୍କର-ଏ-ତାଇବା ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାବୀ  ମଧ୍ୟ ଜଡିତ ଥିଲା । ୨୦୧୧ ମସିହାରେ ଭୁଟ୍ଟାବୀ  ନିଜେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ପାଇଁ ୨୦ ବର୍ଷ କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ ।

Related Articles

Leave a Reply

Your email address will not be published.

Back to top button