୧୭ ଲକ୍ଷ ଋଣ ସୁଝି ନପାରିବାରୁ ଘର ସିଲ୍ କଲା ବ୍ୟାଙ୍କ

Spread the love

ରାଉରକେଲା : ଗୃହ ଓ ଅନ୍ୟାନ୍ୟ ଋଣ ବାବଦ ୧୭ ଲକ୍ଷ ଟଙ୍କା ସୁଝି ନପାରିବାରୁ ଜଣକ ବାସଗୃହକୁ ସିଲ୍ କରିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ । ପାନପୋଷ ବସ୍ତିରେ ରହୁଥିବା କିରଣ ଶର୍ମା ଜଣେ ଗୃହିଣୀ, ତାଙ୍କ ସ୍ଵାମୀ ବିଦେଶରେ ଚାକିରି କରନ୍ତି ।

ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ, ୨୦୧୨ରେ ପ୍ରଥମେ ଗୃହଋଣ ବାବଦରେ ୫ ଲକ୍ଷ ପରେ ଶିକ୍ଷା ଓ ଅନ୍ୟ ଏକ ଋଣ ସାଢ଼େ ୪ ଲକ୍ଷ ତାଙ୍କ ପୁଅ ଓ କିରଣ ବ୍ୟାଙ୍କରୁ ନେଇଥିଲେ । ତେବେ ନିୟମିତ କିସ୍ତି ସୁଝି ନପାରିବାରୁ ବ୍ୟାଙ୍କ ତରଫରୁ ମାଆପୁଅଙ୍କୁ ବାରମ୍ବାର ନୋଟିସ୍ ହେଉଥିଲା । ଆଜି ମାଜିଷ୍ଟ୍ରେଟ ଓ ପୋଲିସର ଉପସ୍ଥିତିରେ ବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜର, ପରିଚାଳକ ଓ ଅନ୍ୟାନ୍ୟ ଷ୍ଟାଫ୍ ଉପସ୍ଥିତ ରହି ପ୍ରଥମେ ଆଲୋଚନା ଆରମ୍ଭ କରି ପ୍ରାୟ ୧୭ ଲକ୍ଷ ଟଙ୍କା ପଇଠ କରିବାକୁ କହିଥିଲେ । ହେଲେ ବହୁ ଚେଷ୍ଟା କରି ନିରାଶ ହେବାରୁ ବ୍ୟାଙ୍କ ପକ୍ଷରୁ ସମସ୍ତ ସାମଗ୍ରୀ ତାଙ୍କ ଘରୁ ବାହାର କରାଯାଇ ଘରକୁ ସିଲ୍ କରାଯାଇଥିବା ନେଇ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଏସ. ମହାନ୍ତି ସୂଚନା ଦେଇଛନ୍ତି । ଏଭଳି ଘଟଣା ଆଜି ପାନପୋଷ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *