ସରକାରୀ କର୍ମଚାରୀଙ୍କଠୁ ସମୟରେ ଅଫିସ ଆସିବାକୁ ନିର୍ଦେଶ ଦେଲେ ସରକାର। ସମସ୍ତ ଅଫିସରେ ବାୟୋମେଟ୍ରିକ ଉପସ୍ଥାନକୁ ବାଧ୍ୟତାମୂଳକ କରିବାକୁ ନିର୍ଦେଶ ଦେଲା ସାଧାରଣ ପ୍ରଶାସନ ବିଭାଗ। ଯେଉଁ ବିଭାଗ ଆଜି ଯାଏ ବାୟୋମେଟ୍ରିକ ମେସିନ୍ ଲଗାଇନାହାନ୍ତି, ସେମାନଙ୍କୁ ତୁରନ୍ତ ଇନଷ୍ଟଲ ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି। ବାୟୋମେଟ୍ରିକ ଡାଟା ବାୟୋମେଟ୍ରିକ ଆଟେଣ୍ଡାନ୍ସ ସିଷ୍ଟମ ପୋର୍ଟାଲରେ ଲିଂକ ହେବା ଜରୁରୀ। ଯାହାକୁ ଏନଆଇସି କରିଛି। ପ୍ରତି ପନ୍ଦରଦିନରେ ଜଣେ ଅଧିକୃତ ଅଧିକାରୀ ଏହାର ତଦାରଖ କରିବେ। ସମୟାନୁବର୍ତ୍ତିତା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ବାୟୋମେଟ୍ରିକରେ ଅଫିସ୍ ଇନ୍ ଓ ଅଫିସ ଆଉଟ୍ ଟାଇମ୍ ରେକର୍ଡିଂ ଡିଭାଇସରେ ରହିବ। କୌଣସି କର୍ମଚାରୀ ଓ ଅଧିକାରୀଙ୍କ ଯଦି ଅଫିସ ଆଉଟ ଟାଇମ ରେକର୍ଡିଂ ହୋଇନଥିବ, ତାଙ୍କର ସେଦିନକୁ ଅନୁପସ୍ଥିତ ବୋଲି ଧରାଯିବ। ଯଦି ମାସକ ଭିତରେ ତିନି ଦିନ ସର୍ବାଧିକ ୩୦ ମିନିଟ୍ ବା ଅଧଘଣ୍ଟା ବିଳମ୍ୱରେ ଡ୍ଯୁଟି ଆସିଲେ ଅଫିସ ମୁଖ୍ୟଙ୍କୁ ଏ ବାବଦରେ ଜଣାଥିବା ଦରକାର। ଏହା ପରେ ପ୍ରତି ଉପସ୍ଥାନ ବିଳମ୍ୱ ଲାଗି କର୍ମଚାରୀ ଦାୟୀ ରହିବେ। ଆଉ କର୍ମଚାରୀଙ୍କ ଲିଭ୍ ଆକାଉଣ୍ଟରୁ ଦିନକର ସିଏଲ କାଟି ଦିଆଯିବ। ଆଉ ଯେଉଁ କର୍ମଚାରୀ ଅଫିସ ସମୟ ସରିବା ପରେ ବି ଅଫିସରେ ରହି କାମ କରୁଛନ୍ତି। ଏପରିକି ଛୁଟି ଦିନରେ ବି। ଏଭଳି ମାମଲାରେ ସଂପୃକ୍ତ କର୍ମଚାରୀ ଡ୍ୟୁଟିକୁ ବିଳମ୍ୱରେ ଆସିଲେ ସେମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଲାଗୁ ହେବନି। କିନ୍ତୁ ପ୍ରାଧିକୃତ ଅଧିକାରୀଙ୍କ ଅନୁମତି ନେଇଥିବେ। ସମସ୍ତ ସରକାରୀ କର୍ମଚାରୀ ଅଫିସରେ ସର୍ବନିମ୍ନ ସାଢ଼େ ୭ଘଣ୍ଟା ରହିବା ବାଧ୍ୟ। କୌଣସି ଉପଯୁକ୍ତ କାରଣରୁ ଯଦି ଇନ୍ ଓ ଆଉଟ୍ ଟାଇମ ରେକର୍ଡିଂ ହୋଇନଥିବ। ଯେମିତିକି ଅଫିସ ଟୁର୍ କି ଅଫିସ ବାହାରେ ଅଫିସ ପରିସରରେ କାମ ଥିଲେ, କୌଣସି ଦଣ୍ଡ ଦିଆଯିବନି। ତେବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଅଫିସରେ ନିୟୋଜିତ କର୍ମଚାରୀ ଓ ଅଧିକାରୀଙ୍କ ଲାଗି ଏହି ନିୟମ ଲାଗୁ ହେବନି ବୋଲି ସ୍ପଷ୍ଟ କରିଛି ସାଧାରଣ ପ୍ରଶାସନ ବିଭାଗ।


Naxatra News is now on Whatsapp
Join and get latest news update delivered to you via whatsapp
Join Now