ଓଡ଼ିଶା

ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ଭିତରେ ଅରାଜକତା, ଗୋଟିଏ ପରେ ଗୋଟିଏ ଦନ୍ତା ହାତୀର ହେଉଛି ମୃତ୍ୟୁ

ବୌଦ୍ଧ : ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ଭିତରେ ଅରାଜକତା ଦେଖାଦେଇଛି l ଏହାସହ ଜଙ୍ଗଲ ବିଭାଗରେ ମଧ୍ୟ ଅରାଜକତା ଭରି ରହିଛି l ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବି ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ l ଜିଲାରେ ଗୋଟିଏ ପରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହେଉଛି l କେତେବେଳେ ଶିକାରୀ ହାତରେ ତ ଆଉ କେତେବେଳେ ବିଦ୍ୟୁତ ତାର ରେ ଲାଗି l ପୂର୍ବରୁ ହୋଇଥିବା ଅନେକ ହାତୀ ମୃତ୍ୟୁର ରହସ୍ୟ ଉଜାଗର ହୋଇନଥିବା ବେଳେ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇନାହିଁ l ଆଜି ଆଉ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ବରଗାଁ ସେକ୍ସନ ଘୁଚାଙ୍ଗି ଜଙ୍ଗଲରେ ୧୧ କେଭି ବିଦ୍ୟୁତ ତାରରେ ଲାଗି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଘୁଚାଙ୍ଗି ଜଙ୍ଗଲରେ ହାତୀ ବୁଲୁଥିବା ବେଳେ କମ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହାତୀର ଶୁଣ୍ଢରେ ଲାଗିଯିବାରୁ ହାତୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି l ହାତୀ ମୃତ୍ୟୁ ସ୍ଥାନର କିଛି ଦୂରରେ ଆଖୁ ଚାଷ କରାଯାଇଛି l ହାତୀଟି ଆଖୁ ଖାଇବା ସହ ଆଖୁ ଚାଷକୁ ନଷ୍ଟ କରିଥିବା ଜଣାପଡିଛି l ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published.

Back to top button