ଗୋପପୁରରେ କୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ 

ଧନୁଯାତ୍ରାର ନବମ ଦିନରେ ଗୋପପୁରରେ କୃଷ୍ଣ ବଳରାମ ବେନିଭାଇଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ, ଗୋପପୁରବାସୀ ବେନିଭାଇଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ଅନ୍ୟପଟେ ମଥୁରାରେ ଦିନକୁ ଦିନ କଂସ ଙ୍କର ଅତ୍ୟାଚାର ବଢ଼ିବାରେ ଲାଗିଥିବା ବେଳେ ତପସ୍ୟା କରି ଯୁଦ୍ଧରେ ବିଜୟୀ ହେବା ପାଇଁ ପ୍ରାପ୍ତ କରିଛନ୍ତି ରୁଦ୍ରଶୁଳ। ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ଏହାର ନବମ ଦିବସରେ ମହାରାଜ କଂସଙ୍କ ଆୟୋଜିତ ଛଳନାର ଯାତ୍ରା ଧନୁଯାତ୍ରା ଦେଖିବା ପାଇଁ ପୁରାତନ ମନ୍ତ୍ରୀ ଅକ୍ରୁରଙ୍କ ସହିତ ବାହାରି ପଡିଛନ୍ତି କୃଷ୍ଣ ବଳରାମ। କୃଷ୍ଣ ବଳରାମ ଓ ଅକ୍ରୁରଙ୍କୁ ଘରେ ଘରେ ପୂଜାର୍ଚ୍ଚନା କରି ବିଦାୟ ଦିଆଯାଉଛି । ହେଲେ ନନ୍ଦ ଯଶୋଦଙ୍କୁ ବୁଝାଇବ କିଏ। ପୁତ୍ରପ୍ରେମରେ ନନ୍ଦ ଯଶୋଦା ଭାବବିହ୍ୱଳିତ ହୋଇପଡିଛନ୍ତି । ପୁତ୍ରର ବିରହକୁ ମାତା ସହିନପାରି ମୂର୍ଛିତ ହୋଇଯାଉଛନ୍ତି । ତେବେ ଭଗବାନ ଶ୍ରୀକୃଷ୍ଣ ବଳରାମ ମାତା ଯଶୋଦାଙ୍କୁ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ନନ୍ଦ ଯଶୋଦା କରିବେ ବା କଣ, କୃଷ୍ଣ ବଲରାମଙ୍କୁ ଅଶ୍ରୁଳ ବିଦାୟ ଦେଇ ପୁଣି ତାଙ୍କର ଆସିବା ବାଟକୁ ଚାହିଁ ରହିଛନ୍ତି  ।

ତେବେ ମଥୁରାରେ କଂସ ମହାରାଜ ନଗର ପରିକ୍ରମା କରିବା ସହ ଆମ୍ରବନରେ କୃଷ୍ଣ ଭକ୍ତିରେ ଲୀନ ଥିବା ମହର୍ଷିମାନଙ୍କୁ ପ୍ରତାଡିତ ଓ ଅତ୍ୟାଚାର କରିବା ସହ ବନ୍ଦୀ କରି ରଖି ନିର୍ଯ୍ୟତନାର ଆଦେଶ ଦେଇଛନ୍ତି l ଅନ୍ୟପଟେ ଛଳନାର ଯାତ୍ରା ଧନୁଯାତ୍ରା ଆୟୋଜନ କରି କୃଷ୍ଣ ବଳରାମଙ୍କୁ ପରାସ୍ତ କରିବା ପାଇଁ ଘୋର ତପୋବଳ ମାଧ୍ୟମରେ ରୁଦ୍ର ତ୍ରିଶୁଳ ପ୍ରାପ୍ତ କରିଛନ୍ତି ମହାରାଜ କଂସାସୁର। ଏପଟେ ଦରବାରରେ ପହଞ୍ଚି କୃଷ୍ଣ ବଳରାମଙ୍କୁ ନିଜ ସହ ମଥୁରା ନେଇ ଆସିଥିବା ଖବର ଦେଇଛନ୍ତି ମନ୍ତ୍ରୀ ଅକୃର l  ଏହି ଖବର ପାଇ ଖୁସିରେ କଂସ ନାଚଗୀତରେ ମସଗୁଲ ଥିବା ସହ ଦରବାରରେ ସିନେ ତାରକା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ରାଜ ଅତିଥି ଭାବରେ ଆମନ୍ତ୍ରିତ କରିଥିଲେ l

ତେବେ ଆଜି ଧନୁଯାତ୍ରା ଯାତ୍ରାର ଦଶମ ଦିନରେ କଂସ ମହାରାଜଙ୍କ ଦିଗ୍ ବିଜୟ ସହ ଶ୍ରୀକୃଷ୍ଣ ବଲରାମଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ।  ଶ୍ରୀ କୃଷ୍ଣ ବଳରାମଙ୍କ ନଗର ଭ୍ରମଣ ସାହ ସୁଦାମା ମାଳି ଓ ରଜାଙ୍କ ସହ ଭେଟ କୁବୁଯା ଉଦ୍ଧାର ପ୍ରମୁଖ ଦୃଶ୍ୟ ପରିବେଶିତ ହେବାର କାର୍ଯ୍ୟକ୍ରମ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *