ୟୁକ୍ରେନ୍-ଋଷିଆ ଯୁଦ୍ଧକୁ ପୂରିଲା ୩ ବର୍ଷ । ହେଲେ ଏଯାଏଁ ଥମୁନି ଯୁଦ୍ଧ । ଉଭୟ ଉଭୟଙ୍କ ଉପରେ କରୁଛନ୍ତି ଆକ୍ରମଣ । ଯୁଦ୍ଧ ବନ୍ଦ ଲାଗି ଆମେରିକା ସମେତ ଅନେକ ରାଷ୍ଟ୍ର ହସ୍ତକ୍ଷେପ କରିବା ସତ୍ବେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ବରଂ ଯୁଦ୍ଧ ସମ୍ପର୍କରେ ଅପଡେଟ୍ ଖବର ସବୁଦିନ ଆସୁଛି ।
ସେପଟେ ୟୁକ୍ରେନ୍ ପକ୍ଷରୁ କୁହାଯାଇଛି କି, ଋଷିଆ ପକ୍ଷରୁ ହୋଇଥିବା ଡ୍ରୋନ୍ ମାଡ଼ରେ ୧୩ ରୁ ଅଧିକ ସହର କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ଯାଏଁ ଯେତେ ଡ୍ରୋନ୍ ଆକ୍ରମଣ ହୋଇଛି ତାହା ମଧ୍ୟରୁ ଏହା ବଡ଼ ବୋଲି କୁହାଯାଇଛି ।
ଋଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାରେ ନା ନେଉନି । ଅର୍ଥାତ୍ ପ୍ରତିଦିନ ଆକ୍ରମଣ ବଢୁଛି । ବିନା କାରଣରେ ଶହଶହ ଲୋକଙ୍କ ଜୀବନ ବି ଯାଉଛି । ଯାହାକୁ ନେଇ ଆମେରିକା ଚିନ୍ତାବ୍ୟକ୍ତ କରିବା ସହିତ ତୁରନ୍ତ ଯୁଦ୍ଧ ବନ୍ଦ ହେବା ପାଇଁ ଅନେକ ପଦକ୍ଷେପ ନେଉଛି ହେଲେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନି ।
ଆଜି ୨୪ ଫେବୃଆରୀ । ଅର୍ଥାତ୍ ୩ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ୩ ବର୍ଷ ବିତିଗଲାଣି ହେଲେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । କଥା ହେଲା ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଏକ ଉଚ୍ଚସ୍ତରୀୟ ମିଟିଂ କରିଥିଲା । ହେଲେ ସେହି ମିଟିଂରେ ୟୁକ୍ରେନକୁ ନିମନ୍ତ୍ରଣ ଦିଆଯାଇନଥିଲା । ହେଲେ ଆମେରିକା ଏମିତି କେମିତି କଲା ତାହାକୁ ନେଇ ବି ପ୍ରଶ୍ନ ଉଙ୍କି ମାରୁଛି । ଅବଶ୍ୟ ନିଜ ଦେଶକୁ ରକ୍ଷା କରିବାକୁ ଯାଇ ୟୁକ୍ରେନ୍ ଅନ୍ୟ ଦେଶକୁ ସହଯୋଗ ନେଉଛି ହେଲେ ହାର ମାନୁନି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now