୨୨ରୁ ବର୍ଡର ଗାଭାସ୍କର ଟ୍ରଫି

 ନଭେମ୍ୱର ୨୨ରୁ ବୋର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେଉଛି। ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ପର୍ଥରେ ଉଭୟ ଦଳର କ୍ୟାପଟେନ୍ ଟ୍ରଫି ଫଟୋ ସୁଟରେ ଭାଗ ନେଇଥିଲେ। ଭାରତୀୟ କ୍ୟାପଟେନ୍ ଜଶପ୍ରୀତ ବୁମରାହ ଓ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କ୍ୟୁମିନ୍ସ ଫଟୋ ପୋଜ୍ ଦେଇଥିଲେ। ନିୟମିତ କ୍ୟାପଟେନ୍ ରୋହିତ ଶର୍ମା ଓ ଯୁବ ତାରକା ଶୁବମନ୍ ଗିଲଙ୍କ ଅନୁପସ୍ଥିତି ପାଇଁ ପର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ କ୍ରମ କିଭଳି ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟ କୋଚ୍ ଗୌତମ ଗାମ୍ଭୀର ଏ ଦିଗରେ ଖେଳାଳୀଙ୍କୁ ଧାରଣା ଦେଇସାରିଲେଣି। ଯଶସ୍ୱୀ ଜୟସ୍ୱାଲଙ୍କ ସହ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଭାରତୀୟ ଖେଳାଳୀ ସ୍ପିନ୍ ଆଗରେ ଏକରକମ ଆତ୍ମସମର୍ପଣ କରିଥିଲେ। ଭାରତର ଅଭିଜ୍ଞ ସ୍ପିନର ଆର୍. ଅଶ୍ୱିନୀଙ୍କ ପାଖରେ ପର୍ଥ ଟେଷ୍ଟରେ ନିଜ ନାଁକୁ ରେକର୍ଡ ବୁକରେ ସ୍ଥାନିତ କରିବାର ସୁଯୋଗ ରହିବ। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାରେ ଅଶ୍ୱିନୀ ୬ ଓ୍ୱିକେଟ ନେଲେ ବିରଳ କୀର୍ତ୍ତି ରଚିବେ। ପ୍ରଥମ ବୋଲର ଭାବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୨ଶହ ଓ୍ୱିକେଟର ମାଇଲଖୁଣ୍ଟ ଛୁଇଁବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *