କେନ୍ଦ୍ରାପଡା

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦ୍ରାପଡା : ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ୧୦ ଦଫା ଦାବି ପୁରଣ ପାଇଁ ନିର୍ମାଣ ଶ୍ରମିକ ମାନେ ବାରମ୍ବାର ଦାବି କରୁଥିବା ବେଳେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାଯାଉ ନଥିବାରୁ ଶ୍ରମିକ ମାନେ ଧାରଣା ଦେବା ସହ ନାରାବାଜି କରିଥିଲେ । ଦାବି ଗୁଡିକ ମଧ୍ୟରେ ଶ୍ରମିକ ମାନଙ୍କ ମୃତ୍ୟୁକାଳୀନ ସହାୟତା ବୃଦ୍ଧି, ମୃତ୍ୟୁ ପରବର୍ତୀ ଦାହ ସଂସ୍କାର ସହାୟତା ପରିମାଣ ବୃଦ୍ଧି, ଝିଅ ବିବାହ ଅନୁଦାନ ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଓ ୬୦ ବର୍ଷ ପରେ ଶ୍ରମିକ ମାନଙ୍କୁ ମାସିକ ୫ ହଜାର ଟଙ୍କା ପେନଶନ ଦେବା ସହ ଶ୍ରମିକ ମାନଙ୍କ ଯନ୍ତ୍ରପାତି ଓ ସାଇକେଲ କିଣା ବାବଦକୁ ୧୦ ହଜାର ଟଙ୍କା ସହାୟତା ରାଶି ରଖିବାକୁ ଦାବି କରାଯାଇଛି । ଶ୍ରମିକ ନେତା ଅଶୋକ ତ୍ରିପାଠୀଙ୍କ ନେତୃତ୍ୱରେ ତିନିମୁହାଣୀ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ଆସି ଡେପୁଟି କଲେକ୍ଟର ରାଜେନ୍ଦ୍ର ଆଚାରିଆଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା ।

Related Articles

Leave a Reply

Your email address will not be published.

Back to top button