MP

  • ମଧ୍ୟପ୍ରଦେଶ: ମେୟର ପଦ ହାତେଇଛି ଆପ

    ଭୋପାଲ: ମଧ୍ୟପ୍ରଦେଶରେ ଆପ ମେୟର ପଦ ସହ ତାର ରାଜନୈତିକ ପୃଷ୍ଠଭୂମି ସ୍ଥାପନ କରିଛି। ସିଙ୍ଗ୍ରଉଲି ମୁନିସିପାଲ କର୍ପୋରେସନର ମେୟର ହାତେଇଛନ୍ତି ଆପ ମେୟର ପ୍ରାର୍ଥୀ ରାଣି ଅଗ୍ରୱାଲ। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱି  ଚନ୍ଦ୍ର ପ୍ରତାପ ବିଶ୍ବକର୍ମାଙ୍କୁ ୯ ହଜାର ଭୋଟରେ ପରାସ୍ତ କରିଛନ୍ତି। ବିଶ୍ବକର୍ମା ସିଙ୍ଗ୍ରାଉଲି ମୁନିସିପାଲ କର୍ପୋରେସନର ଅଧ୍ୟକ୍ଷ ଥିଲେ।

    ଏହି ବିଜୟ ପରେ ଆପ ମଧ୍ୟପ୍ରଦେଶରେ ତାର ପ୍ରଥମ ପାଦ ଥାପିବାକୁ ନେଇ ମେୟର ରାଣି ଅଗ୍ରୱାଲ ଓ ଅନ୍ୟ କାଉନସିଲରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମଧ୍ୟପ୍ରଦେଶରେ ଆଗାମୀ ଦିନରେ କେଜରିୱାଲଙ୍କ ଦିଲ୍ଲୀ ମଡେଲରେ ସରକାର ଗଠନକୁ ନେଇ ଆପ ଆଶାବାଦୀ ହୋଇଛି।

  • ସାଂସଦ ମାନେ ପ୍ଲାକାର୍ଡ, ପାମ୍ଫଲେଟ ଓ ପୋଷ୍ଟର ଧରି ଯାଇପାରିବେ ନାହିଁ

    ଜୁଲାଇ ୧୮ ତାରିଖରୁ ଆରମ୍ଭ ହେଉଚି ସଂସଦର ମୌସୁମି ଅଧିବେଶନ । ଏହା ପୁର୍ବରୁ ଉଭୟ ଗୃହର ସଂସଦମାନଙ୍କ ପାଇଁ କଡା କଟକଣା ଜାରି କରାଯାଇଛି । ପ୍ରଥମେ କିଛି ଶଦ୍ଦକୁ ନେଇ କଟକଣା ଜାରି କରାଯାଇଥିଲା । ଏହା ପରେ ସଂସଦ ଭବନରେ ଅନଶନ ଧର୍ମଘଟ କୌଣସି ପ୍ରକାର ଆନ୍ଦୋଳନ ଉପରେ ରୋକ ଲଗାଯାଇଛି । ଲୋକସଭା ପରିସରକୁ ସାଂସଦ ମାନେ ପ୍ଲାକାର୍ଡ, ପାମ୍ଫଲେଟ କିମ୍ଭା ପୋଷ୍ଟର ଧରି ଯାଇପାରିବେ ନାହିଁ ବୋଲି କଟକଣା ଲଗାଯାଇଛି । ଲୋକସଭା ସଚିବାଳୟ ପକ୍ଷରୂ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ମୌସୁମୀ ଅଧିବେଶନବେଳେ ପୋଷ୍ଚର ପ୍ଲାକାର୍ଡ ବାଣ୍ଠିବା ଉପରେ ରୋକ ଲଗାଯାଇଛି । ଅନୁମାନ କରାଯାଉଛି କି ସଂସଦ ପିରସରରେ ଅନଶନ ଉୁପରେ କଟକଣା ଲାଗିବା ପରେ ବିରୋଧୀ ମାନେ ହଙ୍ଗାମା କରିପାରନ୍ତି । ଏହାକୁ ନଜରରେ ରଖି ଲୋକସଭା ସତଚିବାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ଏଭଳି ନିଷ୍ପତ୍ତିକୁ ନେଇ ବିରୋଧୀଦଳ ମାନେ ସରକାରଙ୍କୁ ଘେରିଛନ୍ତି । ସିପିଆଇଏମ ମହାସଚିବ ସୀତାରମ ୟେଚୁରୀ ଏହା ଉପରେ କଡା ପ୍ରତିକ୍ରୀୟା ରଖିଛନ୍ତି । ସେ ଟୁଇଟ କରି କହିଛନ୍ତି କି ଦେଶରେ କି ତମାଶା ଚାଲିଛି । ସେ କହିଛନ୍ତି କି ଭାରତର ଆତ୍ମା ଓ ଲୋକତନ୍ତ୍ରର ଗଳା ଚାପିବାକୁ ଚାହୁଁଥିବା ଲୋକମାନେ ସଫଳ ହେବେ ନାହିଁ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ଧରାଛୁଆଁ ଦେଉନାହାନ୍ତି ସାଂସଦ

    ଧରାଛୁଆଁ ଦେଉନାହାନ୍ତି ସାଂସଦ। ଗୃହପ୍ରବେଶ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରମିକଙ୍କୁ କାମରେ ଲଗାଇଲେ। ହେଲେ କାମ ସରିଗଲେ ତୁ କିଏ ନା ମୁଁ କିଏ। ବାରମ୍ୱାର ସାଂସଦଙ୍କ ପାଖକୁ ଧାଇଁ ପ୍ରାପ୍ୟ ନ ମିଳିବାରୁ ବାଧ୍ୟ ହୋଇ ଶ୍ରମିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ସାଂସଦ ରବି କିଶନଙ୍କ ବିରୁଦ୍ଧରେ ଏଭଳି ଆରୋପ ଆସିଛି। ଶ୍ରମିକ ନିଜର ପ୍ରାପ୍ୟ ମାଗିବାରୁ ପ୍ରାପ୍ୟ ତ ଦେଲେନି। ପାଲଟା ଧରାଛୁଆଁ ଦେଉନାହାନ୍ତି ସାଂସଦ। ବହୁବାର ଦୌଡ଼ି ନିରାଶ ହେବା ପରେ ଶେଷରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ଶ୍ରମିକ। ଗୋରଖପୁରରେ ଥିବା ଘରେ ଗୃହପ୍ରବେଶ ବେଳେ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ ସାଂସଦ। ଆଉ ମଜୁରୀ ପଇସା ମାଗିବାରୁ ଏହା ମିଳିଲାନି।

    ଫଳରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସାଂସଦଙ୍କ ଏଭଳି ଆଚରଣକୁ ନେଇ ଫେରାଦ୍ ହୋଇଛନ୍ତି ଶ୍ରମିକ। ଆଉ ଶ୍ରମିକଙ୍କ ଏହି ଅଭିଯୋଗକୁ ଗ୍ରହଣ କରି ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ମଜୁରୀ ବାବଦ ବାକି ପଇସା ମାଗିବାରୁ ଏହାକୁ ନିଜର ସହଯୋଗୀଙ୍କଠୁ ନେଇଯାଅ ବୋଲି ସାଂସଦ ରବି କିଶନ କହିଥିଲେ। ଆଉ ସାଂସଦଙ୍କ କଥା ଅନୁସାରେ ଯେତେବେଳେ ସହଯୋଗୀଙ୍କୁ ପ୍ରାପ୍ୟ ମାଗିବାକୁ ଯାଇଥିଲେ, ସେଠାରୁ ଧମକ ମିଳିଥିଲା। ବାକି ପାଉଣା ମାଗିଲେ ମାରିଦେବାକୁ ଧମକ ଦେଉଛନ୍ତି ସାଂସଦଙ୍କ ସହଯୋଗୀ। ତେବେ ଏହାକୁ ନେଇ ବବାଲ୍ ହେବା ପରେ ସାଂସଦ ରବି କିଶାନ କହିଛନ୍ତି, ଯାହାର ଯାହା କିଛି ବାକି ଅଛି, ସେ ତାଙ୍କ ପାଖକୁ ଆସି କଥାବାର୍ତ୍ତା କରନ୍ତୁ ଓ ନିଜର ପଇସା ନେଇଯାଆନ୍ତୁ।

    ଗୋରଖପୁରର ନୌକାୟାନ ପାଖରେ ନୂଆ ଘର ତିଆରି କରିଛନ୍ତି। ଏହି ଘରେ ଜୁନ୍ ୧୧ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଥିଲା। ଯେଉଁଠି ୧୫ରୁ ୨୦ ଶ୍ରମିକ କାମରେ ନିୟୋଜିତ ଥିଲେ। କିନ୍ତୁ ସେମାନଙ୍କ ପାଉଣା ଦେଇନଥିଲେ ସାଂସଦ। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କୁହାଯାଉଥିବା ରବି କିଶନ ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗୋରଖପୁର ଲୋକସଭା ଆସନରୁ ୨୦୧୯ରେ ବିଜେପି ଟିକଟରେ ନିର୍ବାଚନ ଲଢି ସାଂସଦ ହୋଇଛନ୍ତି। କିନ୍ତୁ ଶ୍ରମିକଙ୍କୁ ଏଭଳି ଶୋଷଣକୁ ନେଇ ଏବେ ସାଂସଦ ରବି କିଶନ ଅଡ଼ୁଆରେ ପଡ଼ିଛନ୍ତି।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
Back to top button