no road to village

  • ଗାଁକୁ ନାହିଁ ରାସ୍ତା, ପିଇବାକୁ ନାହିଁ ସ୍ବଚ୍ଛ ପାଣି

    କାମାକ୍ଷାନଗର: ଅବ୍ୟବସ୍ଥା ଘେରରେ ପଡି ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ ପୁଟି ପାଳ ଗାଁ । ସରକାରଙ୍କ ବହୁ ଯୋଜନା କାର୍ଯ୍ୟକାରି ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପାଳ ଗାଁରେ ଯାତାୟାତ ପାଇଁ ଭଲ ରାସ୍ତା ଅଛି ନାଁ ପନୀୟ ଜଳ । ଜିଲ୍ଲାପାଳଙ୍କ ପରିଦର୍ଶନ ପରେ ବି ଗ୍ରାମର ହୋଇ ପାରୁନି ବିକାଶ ।

    ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା  ଦୁର୍ଗମ ଅଂଚଳ ପୁଟି ପାଳ ଗାଁ । ଏହି ରାସ୍ତା ହେଉଛି ଗାଁକୁ ଯିବାର ମୁଖ୍ୟ ରାସ୍ତା । ଦେଖିଲେ ଲାଗୁଛି ଏହା ରାସ୍ତା ନୁହେଁ ତ ଯେମିତି ପାଲଟିଛି ମରଣଯନ୍ତା । ଗାଁ ଭିତକୁ ଯିବାକୁ ହେଲେ ୧୫ କିଲୋମିଟର ଖାଲ ଖମା, ନାଳ ଓ ପାହାଡ଼ ଜଙ୍ଗଲ ରାସ୍ତାପାର ହୋଇ ଯିବାକୁ ପଡେ । ଦେଖିବାକୁ ଗଲେ ଏହି ଗାଁରେ ପାଖାପାଖି ୨୦ଜୁଆଙ୍ଗ ସମ୍ପ୍ରଦାୟର ଲୋକ ବସବାସ କରନ୍ତି ।

    କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ହୋଇପାରି ନାହିଁ । ଫଳରେ ଗାଁ କୁ ଆମ୍ବୁଲାନ୍ସ ଟିଏ ଯାଇ ପାରୁ ନାହିଂ । ଯେଉଁଥି ପାଇଁ ରୋଗୀ ମାନଙ୍କୁ କିଛି ବାଟ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଏ । ସେପଟେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ୍ ତାହା ଜିଲ୍ଲାପାଳଙ୍କ ପରିଦର୍ଶନ ପୂର୍ବରୁ ଅସ୍ଥାୟୀ ଭାବେ ଚଲା ଯାଇଥାଏ ବୋଲି ଅଭିଯୋଗ ହେଉଛି। ତେବେ ପୂର୍ବ ପରି ସେମାନେ ବାଧ୍ୟ ହୋଇ ଚୁଆ ପାଣି ଉପରେ ଭରସା କରନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

    ତେବେ କିଛି ଦିନ ତଳେ ଢେଙ୍କାନାଳ ଜିଲାପାଳ ପୁଟିପାଳ ଗାଁକୁ ପୁଷ୍ୟ ଗ୍ରାମ ଭାବେ ନେଇଥିଲେ । ଏହା ସହ ଗାଁର ଦାୟିତ୍ୱ ସହ ବିକାଶ କରିବା ପାଇଁ ବାରମ୍ବାର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ପରିଦର୍ଶନ କରୁଥିଲେ । କିନ୍ତୁ ଉକ୍ତ ଗାଁର ବିକାଶ ସେପରି କିଛି ହୋଇ ନ ଥିବା ଅଭିଯୋଗ ହୋଇଛି । ସେହିଭଳି ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ସାମଗ୍ରୀ ପହଂଚିବା ତ ଦୂରର କଥା, ମିଶନ ଶକ୍ତି, କୃଷି, ପଶୁପାଳନର କୌଣସି ସୁବିଧା ଯୋଗାଇ ଦିଆଯାଉ ନଥିବା ବେଳେ ଗାଁରେ ନେଟୱାର୍କ ସୁବିଧା ଓ ବିଜୁଳି ସଂଯୋଗ ନ ଥିବା ମଧ୍ୟ ଅଭିଯୋଗ ହୋଇଛି ।

    ତେବେ ଦେଖିବାକୁ ବାକି ରହିଲା ପାଳ ଗ୍ରାମବାସୀ କେବେ ସମସ୍ତ ସୁବିଧା ପାଇ ପାରିବେ । ସୌମେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

    ମୟ କହିବ |

  • ସ୍ବାଧୀନତାର ୭୫ ବର୍ଷ ପରେ ବି ରାସ୍ତା ନାହିଁ ଗାଁକୁ

    କୋରାପୁଟ: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା ଲୋକଙ୍କ ହିତରେ ଆସୁନି । ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ହେଉଛି ବାଟମାରଣା। ଯାହାର ଏକ ଜ୍ବଳନ୍ତ ଉଦାହରଣ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ।

    ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କୋରାପୁଟ ବନ୍ଧୁଗାଁ ପଂଚାୟତବାସୀଙ୍କ ପାଇଁ ଗମନାଗମନ ମୁଖ୍ୟସମସ୍ୟା ହୋଇ ଠିଆହୋଇଛି। ଦୀର୍ଘ ଦାବି ପରେ ଝଞ୍ଜାବତୀ ନଦୀ ଉପରେ ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ରାଜ୍ୟ ସରକାର ପୋଲ ନିର୍ମାଣ କଲେ । ସେହିପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରାୟ ୫ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ସରପୋଲି ଛକଠାରୁ କାବିରିବାଡି ପର୍ଯ୍ୟନ୍ତ ପ୍ରାୟ ଆଠ କିମି ରାସ୍ତା ନିର୍ମାଣ କରାଗଲା । ରାସ୍ତା କାମ ୨୦୧୫ରେ ଆରମ୍ଭ ହୋଇ ବର୍ଷକ ପରେ ଶେଷ ହେଲା। ହେଲେ କାମ ସରିବାର ଦୁଇବର୍ଷ ପରେ ରାସ୍ତାଟି ଲୋକଙ୍କ ଯାତାୟତ ଉପଯୋଗୀ ହୋଇ ରହିନି।

    ରାସ୍ତାର ଦୁଇ ଗଡରେ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ବର୍ଷାପାଣିରେ ରାସ୍ତା ଧୋଇ ହୋଇଯିବା ସହିତ ଗାତ ହୋଇଛି । ଏହି ରାସ୍ତାରେ ଆମ୍ବୁଲାନ୍ସ ଯିବା ତ ଦୂରର କଥା ଦୁଇଚକିଆରେ ଯିବାବି ସମ୍ଭବ ନୁହଁ । ସେପଟେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଗାଁକୁ ସରକାରୀ ବାବୁ ଯିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଲୋକେ   ଟଙ୍କିକିଆ ଚାଉଳ ଓ ଭତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି। ଏ ନେଇ ଗ୍ରାମବାସୀମାନେ ବହୁ ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନଥିବା ପଞ୍ଚାୟତର ମେକ୍ବାଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

    ରାସ୍ତା ଘାଟର ଏଭଳି ଅବସ୍ଥା ଯୋଗୁଁ  ଲୋକେ ଖାଲି ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ତା ନୁହେଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧିଷ୍ଟ ସମୟରେ ବିଦ୍ୟାଳୟରେ ପହଞ୍ଚିବା ସମ୍ଭବ ହେଉନି। ଅନ୍ୟପଟେ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସୁନାବେଡା ଗ୍ରାମ୍ୟ ଉନ୍ନୟନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ।

    ଭୂଷିତ ବିଡିକାଙ୍କ ରିପୋର୍ଟ

Back to top button