କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ପେଟ୍ରୋଲ ବୋମା ମାଡ

Spread the love

ଇମ୍ଫାଲ : କେନ୍ଦ୍ର ମନ୍ତ୍ରୀ ଆର.କେ ରଞ୍ଜନ ସିଂହଙ୍କ ମଣିପୁରର ଇମ୍ଫାଲ ସ୍ଥିତ ଘରେ ଗୁରୁବାର ରାତିରେ ଅଗ୍ନକାଣ୍ଡ ଘଟିଛି । ୧୦୦୦ରୁ ଅଧିକ ଲୋକ ତାଙ୍କ ଘରେ ପଶି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ଏଥିରେ ଘରର ତଳ ଓ ପ୍ରଥମ ମହଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ହତାହତ ହୋଇନାହାନ୍ତି । ଏହି ଘଟଣା ଘଟିବା ସମୟରେ ଘରେ ମନ୍ତ୍ରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ ।

କର୍ଫ୍ୟୁ ସତ୍ୱେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୦୦୦ରୁ ଅଧିକ ଲୋକ ମନ୍ତ୍ରୀଙ୍କ ଇମ୍ଫାଲର କୋଙ୍ଗବା ସ୍ଥିତ ଘରେ ପହଞ୍ଚି ଯାଇଥିଲେ । ସେତେବେଳେ ସେଠାରେ ୨୩ ଜଣ ସୁରକ୍ଷାକର୍ମଚାରୀ ଉପସ୍ଥିତ ଥିଲେ । ତେବେ ଲୋକେ ବଳପୂର୍ବକ ମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମଚାରୀ କହିବା ମୁତାବକ ଲୋକମାନେ ବିଭିନ୍ନ ଦିଗରୁ ପେଟ୍ରୋଲ ବୋମା ଫୋପାଡ଼ି ଥିଲେ ।

ଏବାବଦରେ ମନ୍ତ୍ରୀ ସିଂହ କହିଛନ୍ତି, ମୋ ରାଜ୍ୟରେ ଯାହା ଘଟୁଛି ତାହା ଅତ୍ୟନ୍ତ ଦୁଃଖର ବିଷୟ । ମୁଁ ଏବେ ବି ସେମାନଙ୍କୁ ଶାନ୍ତି ସ୍ଥାପନ ପାଇଁ ଅନୁରୋଧ କରୁଛି । ଯେଉଁମାନେ ସେଠାରେ ଏଭଳି ହିଂସାକାଣ୍ଡରେ ଲିପ୍ତ ରହୁଛନ୍ତି, ସେମାନେ ଅମାନବୀୟ ଛଡ଼ା ଆଉ କିଛି ନୁହନ୍ତି ।

Leave a Reply

Your email address will not be published. Required fields are marked *