ନୂଆଦିଲ୍ଲୀ: ମୁମ୍ବାଇରେ ସମସ୍ତ ହିନ୍ଦୁ ସମାଜ ଦ୍ବାରା ୫ ଫେବୃଆରୀରେ ଆୟୋଜିତ ହେଉଥିବା ରାଲି ବିରୋଧରେ ଦାୟର ଯାଚିକାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟ ହୋଇପାରେ। ଯାଚିକାରେ ହେଟ ସ୍ପିଚ ଅଭିଯୋଗ ଆଣି ରାଲିକୁ ବନ୍ଦ କରିବାକୁ କୋର୍ଟଙ୍କ ହସ୍ତକ୍ଷେପ ଲଢାଯାଇଛି।
ଜଷ୍ଟିସ କେ ଏମ ଜୋସେଫ, ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ହୃଷିକେଶ ରୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ତେବେ ଯାଚିକା ଉପରେ ଗୁରୁବାର ଖଣ୍ଡପୀଠ କହିଛନ୍ତି କି, ଆମେ ଆପଣଙ୍କ ସହ ରହିଛୁ କିନ୍ତୁ ଆପଣ ବୁଝନ୍ତୁ କି, ସବୁ ରାଲିରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ପାରିବୁ ନାହିଁ। କାରଣ ଦେଶବ୍ୟାପୀ ରାଲି ହେଉଛି। ତେବେ ଶୁକ୍ରବାର ମାମଲାର ଶୁଣାଣି ପାଇଁ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅନୁମତି ଲୋଡା ଥିବା ଖଣ୍ଡପୀଠ କହିଛନ୍ତି।
ତେବେ ଯାଚିକାରେ କୁହାଯାଇଛି କି, ବିଜେପି ବିଧାୟକ ଟି ରାଜାଙ୍କ ଦ୍ବାରା ଜାନୁଆରୀ ୨୯ରେ ହୋଇଥିବା ରାଲିରେ ଦିଆଯାଇଥିବା ଭାଷଣର ଉଲ୍ଲେଖ କରି କହିଛନ୍ତି କି, ସେ ଖୋଲାଖୋଲି ଭାବେ ତାଙ୍କ ଭାଷଣରେ ମୁସଲମାନଙ୍କୁ ହତ୍ୟା କରିବାକୁ ଆହ୍ବାନ ଦେଇଥିଲେ। ତେଣୁ ସମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ଓ ରାଲି ଉପରେ ପ୍ରତିବନ୍ଧକ ଲଗାଯାଉ। ଏଥିସହ ମହାରାଷ୍ଟ୍ର ପୁଲିସ ମହାନିର୍ଦ୍ଦେଶକ ଓ ଅଧିକାରୀମାନଙ୍କୁ ଉଚ୍ଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।
ଯାଚିକାକର୍ତ୍ତା ଶାହୀନ ଅବ୍ଦୁଲ୍ଲା କହିଛନ୍ତି, ମୁସଲମାନ ସମ୍ପ୍ରଦାୟ ଆର୍ଥିକ ଓ ସାମାଜିକ ବହିଷ୍କାରର ଆହ୍ବାନ କରି ମହାରାଷ୍ଟ୍ରରେ ବହୁ କାର୍ଯ୍ୟକ୍ରମ ଓ ରାଲି ହୋଇଛି। ମୁସଲମାନ ସମୁଦାୟକୁ ଅପରାଧୀ କରିବାକୁ ଜିହାଦ ସହ ଲଭ ଜିହାଦର ଅଭିଯୋଗ ଲଗାଯାଇଛି। ଏହି ରାଲି ଓ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଭାଗ ନେଉଛନ୍ତି ଓ ଏହାର ପରିଣାମସ୍ବରୂପ ଏକ ବଡ ଧରଣର ସାମ୍ପ୍ରଦାୟିକ ଉତ୍ପୀଡନର ଆଶଙ୍କା କରାଯାଉଛି। ତେଣୁ କୋର୍ଟ ଏହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now