ଆସନ୍ତାକାଲିଠାରୁ  ଆରମ୍ଭ ହେବ ପବିତ୍ର ପଞ୍ଚକ ବ୍ରତ

ପୁରୀ:  ଆସନ୍ତାକାଲିଠାରୁ  ଆରମ୍ଭ ହେବ ପବିତ୍ର ପଞ୍ଚକ ବ୍ରତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ମନେ କରାଯାଉଥିବାରୁ ବ୍ରତ ପାଳନ ପାଇଁ ପୁରୀରେ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳି ଓ ଭକ୍ତଙ୍କ ଭିଡ଼ ଜମିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି | ମର୍ଚିକୋଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଥିବା ବେଳେ ନୀତି ଶୃଙ୍ଖଳିତ କରାଯିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ପୁରୀ ଏସ୍‌ ପି ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି

ଆସନ୍ତାକାଲିଠାରୁ  ଆରମ୍ଭ ହେବ ପବିତ୍ର ପଞ୍ଚୁକ ବ୍ରତ। କାର୍ତ୍ତିକ ମାସର ଏହି ୫ ଦିନ ପବିତ୍ର ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ନୀତିକୁ କିଭଳି ଭାବେ ଶୃଙ୍ଖଳିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନୀତି ନିର୍ଘଣ୍ଟ ସରିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଛି। ମର୍ଚିକୋଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବା ପୁରୀ ଏସ୍‌ ପି ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି |

ପ୍ରଥମ ଦିନ ବଡ଼ ଏକାଦଶୀ ବା ହରି ଉଥାପନ ଏକାଦଶୀ ପଡୁଥିବାରୁ ଏହି ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିରରେ ସମସ୍ତ ନିତୀକାନ୍ତିକୁ ଶୃଙ୍ଖଳିତ କରାଯିବ | ସେହିପରି ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ।  

ତେବେ  ଯେଉଁମାନେ ମାସ ତମାମ କାର୍ତ୍ତିକ ବ୍ରତ କରିପାରିନଥାନ୍ତି ସେମାନେ ପଞ୍ଚୁକ ପାଞ୍ଚଦିନ ବ୍ରତ ପାଳନ କଲେ ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ପୁରୀରେ ଭକ୍ତ ଓ ହବିଷ୍ୟାଳିଙ୍କ ଭିଡ଼ ବଢ଼ିବାରେ ଲାଗିଛି।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *