ବ୍ରହ୍ମପୁର: ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ଲାଗି ପଡ଼ିଛନ୍ତି ହକି ଫିଲ୍ଡ଼ ଲୋଗୋ ନିର୍ମାଣରେ। ବିଭିନ୍ନ ପ୍ରକାରର ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରୁଛନ୍ତି ଏହି ହକି ଲୋଗୋ । ୪୩ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ହକି ଷ୍ଟିକ୍ ଓ ୨ ଫୁଟ ଉଚ୍ଛତା ବିଶିଷ୍ଟ ହକି ବଲ ନିର୍ମାଣ ହେଉଛି । ଆଉ ଏଥିରେ ବ୍ୟବହୃତ ହେଉଛି ପ୍ରାୟ ଅଢ଼େଇ ଟନ ଲୁହା ସାମଗ୍ରୀ ।
ଅଦରକାରୀ ଲୁହା ସାମଗ୍ରୀରେ ନିର୍ମିତ ହେଉଛି ଦେଶର ସବୁଠାରୁ ବଡ଼ ହକି ଫିଲଡ଼ ଲୋଗୋ । ଆଉ ଏହି ହକି ଲୋଗୋକୁ ନିର୍ମାଣ କରିବାରେ ଲାଗିପଡ଼ିଛନ୍ତି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ । ଆଇଟିଆଇର ଫିଟର, ଓ୍ବେଲଡ଼ିଙ୍ଗ ଓ ପେଇଣ୍ଟର ବିଭାଗର ଛାତ୍ରଛାତ୍ରୀ ଗତ ୨୮ ତାରିଖରୁ ହକି ଫିଲଡ଼ ଲୋଗୋ ନିର୍ମାଣ କରିବାରେ ଲାଗିପଡ଼ିଛନ୍ତି । ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ହକି ଷ୍ଟିକ୍ ଓ ୨ ଫୁଟ ଉଚ୍ଚତା ବିଶିଷ୍ଟ ବଲ ନିର୍ମାଣ କରୁଛନ୍ତି ଛାତ୍ରଛାତ୍ରୀ । ଚଳିତ ମାସର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏହି ହକି ଲୋଗୋକୁ ଆଇଟିଆଇର ପରିସରରେ ସ୍ଥାନିତ କରାଯିବ । ଫଳରେ ଆଇଟିଆଇକୁ ବିଭିନ୍ନ ଗାଁ ଓ ସହରରୁ ଆସୁଥିବା ଲୋକଙ୍କ ମଧ୍ୟରେ ହକିକୁ ନେଇ ସଚେତନତା ସୃଷ୍ଟି ହେବା ସହ ହକିର ପ୍ରଚାର ଓ ପ୍ରସାର ମଧ୍ୟ ହୋଇପାରିବ । ଆଉ ଏହାକୁ ଅଧିକ ସ୍ମରଣୀୟ କରି ରଖିବା ନିମନ୍ତେ ଏଭଳି ଛାତ୍ରଛାତ୍ରୀଙ୍କ ଦ୍ବାରା ହକି ଫିଲଡ଼ ଲୋଗୋ ନିର୍ମାଣ କରାଯାଉଛି । ଫଳରେ ହକି ଖେଳ ପ୍ରତି ଛାତ୍ରଛାତ୍ରୀ ଅଧିକ ଆକର୍ଷିତ ହୋଇ ଅନେକ ଜ୍ଞାନ ଆହରଣ କରିପାରିବେ କହିଛନ୍ତି ଆଇଟିଆଇର ଶିକ୍ଷକ ।
ଓଡ଼ିଶା ଦ୍ବିତୀୟ ଥର ପାଇଁ ବିଶ୍ବକପ ହକି ଆୟୋଜନ କରିବାକୁ ଯାଉଥିବା ଯୋଗୁଁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହକିର ପ୍ରଚାର ପ୍ରସାରକୁ ନେଇ କାମ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଇଟିଆଇ ପକ୍ଷରୁ ମଧ୍ୟ ହକିର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ଏଭଳି ଭାବେ ହକି ଫିଲଡ଼ ଲୋଗ ନିର୍ମାଣ କରାଯାଉଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଜ୍ଞାନ ଓ ଅଭିଜ୍ଞତାକୁ ନେଇ ଏଭଳି ହକି ଲୋଗ ନିର୍ମାଣ କରାଯାଉଛି । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଜ୍ଞାନକୁ ହକି ଲୋଗ କଳାକୃତି ଦ୍ବାରା ତାହାକୁ ପ୍ରତିପାଦିତ କରିପାରିବେ । ଏହାସହିତ ହକିର ପ୍ରଚାର ଓ ପ୍ରସାର ଦିଗରେ ମଧ୍ୟ ଛାତ୍ରଛାତ୍ରୀ ସହାୟକ ହୋଇପାରିବେ । ଏହା ଭାରତର ସର୍ବବୃହତ ହକି ଫିଲଡ଼ ଲୋଗ ଭାବେ ପରିଗଣିତ ହେବ ବୋଲି କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ।
ଇତିଶ୍ରୀ ସମାପିକା ମହାନ୍ତି
Naxatra News is now on Whatsapp
Join and get latest news update delivered to you via whatsapp
Join Now