ପାଣିକୋଇଲି ମାଛ ମାର୍କେଟରେ ଓଜନ ଓ ମାପ ବିଭାଗର ଅଚାନକ ଚଢାଉ, ବ୍ୟବସାୟୀ ଅସନ୍ତୋଷ

କୋରେଇ : ଆଜି ସକାଳୁ ଓଜନ ଓ ମାପ ବିଭାଗ ପକ୍ଷରୁ ପାଣିକୋଇଲି ମାଛ ମାର୍କେଟରେ ଅଚାନକ ଚଢାଉ ଫଳରେ ବ୍ୟବସାୟୀ ମନରେ ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଅଧିକାରୀ ମାନେ ମାଛ ଓ ମାଂସ ମାର୍କେଟରେ ପହଂଚି କଂଟା ନବୀକରଣ କରାଯାଇନଥିବାରୁ ସମସ୍ତ ଦୋକାନୀଙ୍କ କଂଟାକୁ ଜବତ କରିଥିଲେ । ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହେବା ସହ ଅସନ୍ତୋଷ ଦେଖାଦେଇଥିଲା । ଲୋକମାନେ ବା ଉପଭୋକ୍ତା ମାନେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଯୋଗୁ ହନ୍ତସନ୍ତ ହୋଇଥିଲେ । ବିଭାଗ ପକ୍ଷରୁ ସମସ୍ତଙ୍କୁ କଂଟା ନବୀକରଣ ପାଇଁ ତାଗିତ କରାଯିବା ସହ ଛୋଟ କଂଟା ଏକ ହଜାର ଓ କମ୍ପୁଟର କଂଟା ୨ ହଜାର ଜରିମାନା ଆଦାୟ କରାଯାଇଥିଲା । ମୋଟ ୧୮ଟି ମାମଲା ରୁଜ୍ଜୁ ହେବା ସହ ୪୦ ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିଲା । ଚଢାଉରେ ବିଭାଗୀୟ ଯୁଗ୍ମ ନିଦ୍ଦେଶକ ଭାସ୍କର ବେହେରା, ସହକାରୀ ଯୁଗ୍ମ ନିର୍ଦ୍ଦେଶକ ବିଷ୍ଣୁପଦ ରାଉଳ, ଇନ୍ସପେକ୍ଟର  ଶର୍ମିଳା ଜେନା ଓ ଅନ୍ୟ କର୍ମଚାରୀମମାନେ ସହଯୋଗ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *