ରିଲିଜ ହେବାକୁ ଯାଉଛି ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘ଜେଲର’, ନିକଟରେ ଲଞ୍ଚ ହୋଇଛି ଟ୍ରେଲର

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହି ଟ୍ରେଲରକୁ ଦେଖି ରଜନୀକାନ୍ତଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ରଜନୀକାନ୍ତ ତାଙ୍କ ଲୁକ୍ ଠାରୁ ଆରମ୍ଭ କରି ଷ୍ଟାଇଲ୍ ପର୍ଯ୍ୟନ୍ତ ସବୁକିଛିର ପ୍ରଶଂସା ସାଉଁଟୁଛନ୍ତି । ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ, ରଜନୀକାନ୍ତଙ୍କ ନାମର ଯାଦୁ ଏବଂ ତାଙ୍କର ଦୃଢ ବ୍ୟକ୍ତିତ୍ତ୍ୱ ତାଙ୍କ ପ୍ରଶଂସକମାନେ ‘ଜେଲର’ ରେ ଅନୁଭବ କରିବେ ।

ରଜନୀକାନ୍ତଙ୍କୁ ‘ଜେଲର’ରେ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ତମନ୍ନା ଭାଟିଆ ଏବଂ ‘ବାହୁବଲୀ’ରେ ସିଭଗାମି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରାମିଆ କୃଷ୍ଣନ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନାମ ପୂର୍ବରୁ ‘ଥାଲାଇଭର୍ ୧୬୯’ ଥିଲା କିନ୍ତୁ ପରେ ନିର୍ମାତାମାନେ ‘ଜେଲର’ ନାମ ନିଶ୍ଚିତ କରିଥିଲେ ।

ଟ୍ରେଲର୍  ଟି ର  ଆରମ୍ଭ ହିଁ ଆକ ଆକ୍ସନ ସିନରୁ ହୋଇଛି । ଏହି ଚଳଚ୍ଚିତ୍ରର କାହାଣୀ ଜଣେ ଜେଲରଙ୍କୁ ଘେରି ରହିଛି, ଯାହାର ଜେଲରେ ଏକ କୁଖ୍ୟାତ ଗ୍ୟାଙ୍ଗର ଜଣେ ବଡ଼ ଗ୍ୟାଙ୍ଗଷ୍ଟର କାରାଗାରରେ ଅଛନ୍ତି। ଏହି ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କୁ ଜେଲର (ରଜନୀକାନ୍ତ) ଜେଲରୁ ଉଦ୍ଧାର କରିବାକୁ ଯୋଜନା କରିଛନ୍ତି, କିନ୍ତୁ ସଚ୍ଚୋଟ ଜେଲର ମୁଥୁଭେଲ ଅର୍ଥାତ୍ ରଜନୀକାନ୍ତ ଅତ୍ୟନ୍ତ କଠୋର । ତାଙ୍କ ଆଉ ଏକ ପାର୍ଶ୍ୱ ଅତ୍ୟନ୍ତ ଭୟାନକ, ଯାହା ତାଙ୍କ ପରିବାରର କୌଣସି ସଦସ୍ୟ ଏହା ବିଷୟରେ ଜାଣି ନାହାଁନ୍ତି ।

ଏଥିରେ ରଜନୀକାନ୍ତଙ୍କ ଆକ୍ସନ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଏହି ଚଳଚ୍ଚିତ୍ରରେ ତମନ୍ନା ଭାଟିଆଙ୍କ ଉପରେ ଚିତ୍ରିତ ‘କାୱାଲା’ ଗୀତଟି ବର୍ତ୍ତମାନ ବହୁ ଚର୍ଚ୍ଚିତ ହୋଇଛି । ଏହି ଫିଲ୍ମଟି ନେଲସନ ନିଜେ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ‘ଜେଲର’ ୧୦ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *