ଶିକ୍ଷୟତ୍ରୀଙ୍କ ନୃତ୍ୟରେ ବେହାଲ ଛାତ୍ରଛାତ୍ରୀ

ସୋସିଆଲ ମିଡିଆରେ ଜଣେ  ଶିକ୍ଷୟତ୍ରୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାSଲ ହେଉଛି।ଗୁରୁ ଦିବସରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ସାମ୍ନାରେ ଏଭଳି ନାଚ ଦେଖିବା ପରେ ଲୋକମାନେ ନିଜ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। X ରେ ଏହି ଭିଡିଓ ଶେୟାର କରିଥିବା ବ୍ୟକ୍ତି ଜଣଙ୍କୁ ତାଙ୍କୁ ସମାଲୋଚନା କରି  ଏକ ଲମ୍ବା କ୍ୟାପସନ୍ ଦେଇଛନ୍ତି। ଭିଡିଓରେ ମହିଳା ଭୋଜପୁରୀ ଗୀତରେ ବିନ୍ଦାସ ନାଚୁଥିବା ନଜର ଆସିଛନ୍ତି। ସେଠାରେ ଆହୁରି ଅନେକ ମହିଳା ଏବଂ ପୁରୁଷ ମଧ୍ୟ ଅଛନ୍ତି, ଯେଉଁମାନେ ଆରାମରେ ବସି ନାଚକୁ ଉପଭୋଗ କରୁଛନ୍ତି। ଏଠାରେ ଲୋକମାନେ ସଭ୍ୟତା, ମର୍ଯ୍ୟାଦା ଏବଂ ସଂସ୍କାରକୁ ନେଇ ପ୍ରଶ୍ନ ଉଠାଉଛନ୍ତି,  ଯେ ଯଦି ବିଦ୍ୟାଳୟର ଶିକ୍ଷକମାନେ ଏପରି କାମ କରନ୍ତି ତେବେ ଏହା ପିଲାମାନଙ୍କ ଉପରେ କି ପ୍ରଭାବ ପକାଇବ ଏବଂ ସେମାନେ ପିଲାମାନଙ୍କୁ କେଉଁ ପ୍ରକାର ଶିକ୍ଷା ଦେବେ। ଏହି ଭିଡିଓକୁ X ରେ @AuthorAtul ନାମକ ଜଣେ  ଲୋକ ଶେୟାର କରିଛନ୍ତି, ଯାହା ସହିତ ସେ କ୍ୟାପସନରେ ସମାଲୋଚନା କରି ଲେଖିଛନ୍ତି – କିଛି ଅଲୌକିକ ଏବଂ ଐଶ୍ୱରୀୟ ଜିନିଷ କେବଳ ମୃତ୍ୟୁ ପରେ ହିଁ ପ୍ରାପ୍ତ ହୁଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *