ମହଙ୍ଗା ହେଲା ଗ୍ୟାସ୍‌ ସିଲିଣ୍ଡର ଦର

ଅକ୍ଟୋବର ପହିଲାରୁ ମହଙ୍ଗା ହେଲା ଗ୍ୟାସ୍‌ ସିଲିଣ୍ଡର ଦର। ଗ୍ୟାସ ସିଲିଣ୍ଡର ପିଛା ଏହି ବୃଦ୍ଧି ୪୮.୫୦ ଟଙ୍କା ଥିବା ବେଳେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ବୃଦ୍ଧି କରାଯାଇଛି। ଏଲପିଜି ସିଲିଣ୍ଡରର ନୂଆ ଦର ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୭୪୦ ଟଙ୍କା ହୋଇଛି ଏବଂ ଏହା ୪୮.୫୦ ଟଙ୍କା ବୃଦ୍ଧି ପାଇଛି। ଗତ ମାସ ସେପ୍ଟେମ୍ବରରେ ଏହାର ମୂଲ୍ୟ ୧୬୯୧.୫୦ ଟଙ୍କା ଥିଲା। କୋଲକାତାରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୫୦.୫୦ ଟଙ୍କାରେ ପହଞ୍ଚିଛି ଏବଂ ଏହା ୪୮ ଟଙ୍କା ବୃଦ୍ଧି ପାଇଛି। ଗତ ମାସ ସେପ୍ଟେମ୍ବରରେ ଏହାର ଦର ୧୮୦୨.୫୦ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୬୯୨ ଟଙ୍କା ହୋଇଥିବା ବେଳେ  ଏହା ୪୮ ଟଙ୍କା ବୃଦ୍ଧି ପାଇଛି। ଗତମାସ ସେପ୍ଟେମ୍ବରରେ ଏହାର ଦର ୧୬୪୪ ଟଙ୍କା ଥିଲା। ଚେନ୍ନାଇରେ ଏବେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାରେ ପହଞ୍ଚି ଥିବା ବ‌େଳେ ଏହା ୪୮ ଟଙ୍କା ବୃଦ୍ଧି ପାଇଛି। ଗତ ମାସ ସେପ୍ଟେମ୍ବରରେ ଏହାର ଦର ୧୮୫୫ ଟଙ୍କା ଥିଲା। ତେବେ ୧୪.୨ କେଜି ଓଜନର ସାଧାରଣ ଏଲପିଜି ସିଲିଣ୍ଡରର ଦରରେ କୌଣସି ବୃଦ୍ଧି ଘଟିନାହିଁ ଏବଂ ଏହା ଆପଣଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହୋଇପାରେ। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ରେଷ୍ଟୁରାଣ୍ଟ, ହୋଟେଲ, ଢାବାରେ ବାହାର ଖାଦ୍ୟ କିମ୍ବା ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇପାରେ କାରଣ ଏହି ସ୍ଥାନଗୁଡିକରେ ବାଣିଜ୍ୟିକ ଏଲପିଜି ଗ୍ୟାସ କେବଳ ବ୍ୟବହୃତ ହୁଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *