ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫେବୃଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ଗ୍ରୋଥ ଏବଂ ବିକାଶ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଏହାସହ ଆଗାମୀ ଦିନରେ ଓଡ଼ିଶା କେମିତି ଗୁରୁତ୍ଵ ଦେବ, ସମୃଦ୍ଧ ଓଡ଼ିଶା କରିବା ପାଇଁ ଚିନ୍ତନ କରାଯାଇଛି ।
କମିଶନ ୪ ତାରିଖ ଆସିବା ପରେ ଜନଜାତି ସଂଗ୍ରହାଳୟ, କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ । ୫ ତାରିଖ ପୁରୀ ଓ କୋଣାର୍କ ରେ ଥିଲେ । ଆଜି ସରକାରଙ୍କ ସହ କମିଶନଙ୍କ ସହ ଆଲୋଚନା ହେଲା । ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ସହ ଗଠନ ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ବିକାଶ ମୂଳକ ଆବଶ୍ୟକତା ଓ ଆର୍ଥିକ କ୍ଷମତା ନେଇ ଆଲୋଚନା ହୋଇଛି ।କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।
୨୦୨୬-୩୧ ଯାଏଁ ପଞ୍ଚ ବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ଅଛି କରାଯାଇଛି ।ଏହାକୁ ଆଧାର କରି କମିଶନ ନିକଟରେ ଦାବି ରଖାଯାଇଛି ।
କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ଏହାକୁ କେମିତି ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଏ । ଓଡ଼ିଶାର 4.528 ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ 4.964 ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି ।
ମୋଟ ରାଜସ୍ୱ ପ୍ରାପ୍ତିର 2 ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରିବ ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି 75 ପ୍ରତିଶତ କେନ୍ଦ୍ର ଦେଇଥାଏ ଓ 25 ଭାଗ ରାଜ୍ୟ ଦିଏ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ତେଣୁ କେନ୍ଦ୍ର ସରକାର ନିକଟରେ 100 ପ୍ରତିଶତ ଦେବା ପାଇଁ ଦାବି ରଖାଯାଇଛି ।ଜନସ୍ୱାସ୍ଥ୍ୟ, ପୋଷଣ, ପାନୀୟ ଜଳ ଯୋଗାଣ, ପରିମଳ, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ବାବଦକୁ 9,88,422 କୋଟି ଟଙ୍କା ଦାବି
ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ 1 ଲକ୍ଷ 10 ହାଜର 434 କୋଟି ଟଙ୍କା ଦାବି କରାଯାଇଛି ।ସହରାଞ୍ଚଳ ବିକାଶ ପାଇଁ 1 ଲକ୍ଷ 36 କୋଟି ଟଙ୍କା ଦାବି ।
ଏସଡିଆରଫ୍ ପାଇଁ ୩୧ ହାଜର ୪ କୋଟି ଟଙ୍କା, ଏସଡିଏମଫ୍ ପାଣ୍ଠିପାଇଁ ୨୯ ହାଜର ୨୫୨ କୋଟି ଟଙ୍କା ଦାବି । ମୋଟ 12 ଲକ୍ଷ 59 ହଜାର 148 କୋଟି ଟଙ୍କା ଦାବି ରଖାଯାଇଛି ।ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି । ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଫୋକସ୍, ବନ୍ଦର ଆଧାରିତ ଅର୍ଥନୀତି ଉପରେ ଫୋକସ, ଦକ୍ଷତା ବିକାଶ ଉପରେ ଫୋକସ
4 କୋଟି 70 ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଶ୍ରେଷ୍ଠ 5ଟି ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now