ଲୁହା ପଥର ବୋଝଇ ଟ୍ରକ – ମିନି ଟ୍ରକ ଧକ୍କା ପରେ ଲାଗିଲା ନିଆଁ: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲପର୍ ଗୁରୁତର

Spread the love

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ଆଜି ଭୋର ପ୍ରାୟ ପ୍ରାୟ ସାଢେ ୫ଟା ସମୟରେ ଏକ ଲୁହା ପଥର ବୋଝଇ ଟ୍ରକ ନଂ ଓଡି ୩୫ ଏଫ୍ ୯୭୨୩ ସହ ଅନ୍ୟ ଏକ ମାଲ୍ ବୋଝେଇ ଟାଟା ମିନି ଟ୍ରକ ନଂ ଓଡି ୧୫ ଟି ୩୦୭୯) ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ଜଣେ ହେଲପର୍ । ହେଲପରଙ୍କୁ ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଲୁହା ବୋଝେଇ ଟ୍ରକଟି ଜମନକିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ବେଳେ ମିନି ଟ୍ରକଟି ସମ୍ବଲପୁରରୁ ଲହୁଣୀପଡ଼ା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଗାଡିରେ ନିଆଁ ଲାଗିଯିବାରୁ ମିନି ଟ୍ରକରେ ଫସି ରହିଥିବା ଗାଡି ଚାଳକ ଜୀବନ୍ତ ପୋଡ଼ିଯାଇଥିବା ବେଳେ ଗୌଡ଼ପାଲି ପୋଲିସ ଗାଡ଼ିରେ ଥିବା ହେଲପରକୁ ଉଦ୍ଧାର କରିଥିଲା । ସେହିପରି ଲୁହାପଥର ବୋଝେଇ ଟ୍ରକ୍ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୌଡ଼ପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିନି ଟ୍ରକରେ ଫସି ରହିଥିବା ହେଲପରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଛି । ଜମନକିରା ଓ ସମ୍ବଲପୁର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ଡ଼ାକ୍ତରଖାନାକୁ ପଠେଇ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *