୪ଜଣଙ୍କୁ ହାଣିଲେ- ସ୍କର୍ପିଓରେ ଶବ ରଖି ନିଆଁ ଲଗାଇଦେଲେ
ନିଜ ଦୁଇ ପିଲାଙ୍କ ସହ ମିଶି ଏଭଳି ନାରକୀୟ କାଣ୍ଡ ଭିଆଇଛି ସୁନୀତା। ଗାଁର ୫ଶହ ମିଟର ଦୂରରେ ଥିବା ମୁଖ୍ୟ ରାସ୍ତାରେ ଏକ କାର୍ ଜଳୁଥିଲା। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା। ଆଉ କାର୍ ଭିତରେ ୪ଶବ ଜଳୁଥିବା ଦେଖିଥିଲା।

ପାରିବାରିକ ହିଂସା- ୪ଜଣଙ୍କୁ ହାଣି ଜାଳିଦେଲେ
ଆଗ ସ୍ୱାମୀକୁ ହାଣିଲା। ଏହା ପରେ ଶାଶୁ ,ସଉତୁଣୀ ସମେତ ଜଣେ ସମ୍ପର୍କୀୟକୁ ବି ମାରିଦେଲା। ସମସ୍ତଙ୍କୁ ମର୍ଡର ପରେ କାରରେ ଶବ ରଖି ନିଆଁ ଲଗାଇଦେଲା। ପ୍ରମାଣ ନଷ୍ଟ କରିବାକୁ ସବୁପ୍ରକାର ଷଡ଼ଯନ୍ତ୍ର ରଚିଥିଲା। ହେଲେ ପୁଲିସ ମାତ୍ର କେଇ ଘଣ୍ଟା ଭିତରେ ଘଟଣାର ଖୁଲାସା କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଜସ୍ଥାନର ଆଜମେର ଜିଲ୍ଲାର ବୋରାଡ଼ା ଥାନା ଅଞ୍ଚଳର ଶ୍ରୀରାମପୁରା ଗାଁରେ ପାରିବାରିକ ବିବାଦରୁ ଏଭଳି ମାସ୍ କିଲିଂ ହୋଇଛି। ନିଜ ଦୁଇ ପିଲାଙ୍କ ସହ ମିଶି ଏଭଳି ନାରକୀୟ କାଣ୍ଡ ଭିଆଇଛି ସୁନୀତା। ଗାଁର ୫ଶହ ମିଟର ଦୂରରେ ଥିବା ମୁଖ୍ୟ ରାସ୍ତାରେ ଏକ କାର୍ ଜଳୁଥିଲା। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା। ଆଉ କାର୍ ଭିତରେ ୪ଶବ ଜଳୁଥିବା ଦେଖିଥିଲା। ମୃତକ ହେଲେ ପୂର୍ବତନ ସରପଞ୍ଚ ରାମସିଂଙ୍କ ପରିବାରର ଲୋକ। ରାମସିଂହ ଚୌଧୁରୀ, ତାଙ୍କ ମାଆ ପୁଶି ଦେବୀ, ରାମସିଂହଙ୍କ ଦ୍ୱିତୀୟ ପତ୍ନୀ ସୁରଜ୍ଞାନ ଓ ତାଙ୍କ ପିଉସୀ ଝିଅ ମହିମା। କାର୍ ଭିତରୁ ୩ ଜଣଙ୍କ କଙ୍କାଳ ମିଳିଥିଲା ବେଳେ ପାଖ ଜମିରୁ ସୁରଜ୍ଞାନଙ୍କ ଅଧାପୋଡ଼ା ଶରୀର ଠାବ କରାଯାଇଥିଲା। ସ୍ପର୍ପିଓରେ ନିଆଁ ଲାଗିବା ବେଳେ ସୁରଜ୍ଞାନଙ୍କ ନିଃଶ୍ୱାସ ଚାଲିଥିଲା। ତାଙ୍କ ପଟର ଗେଟ୍ ଖୋଲିଯିବାରୁ ସେ ଜୀବନ ବିକଳରେ କ୍ଷେତକୁ ଦୌଡ଼ିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ରାମସିଂହଙ୍କ ପ୍ରଥମ ପତ୍ନୀ ସୁନୀତାଙ୍କ ସହ ଲମ୍ୱା ସମୟ ଧରି ବିବାଦ ଚାଲିଥିଲା। ମଦ ନିଶାରେ ରାମ ସିଂ ସୁନୀତାଙ୍କୁ ନିର୍ଯାତନା ଦେଉଥିଲା। ହେଲେ ଦ୍ୱିତୀୟ ପତ୍ନୀ ସୁରଜ୍ଞାନଙ୍କୁ ବେଶ୍ ଭଲ ପାଉଥିଲେ। ଦୁହେଁ ଗୋଟିଏ ଘରେ ରହୁଥିଲେ ସୁଦ୍ଧା ସବୁଦିନ ଝଗଡ଼ା ହେଉଥିଲା। ଏ ସବୁ ଦେଖି ନାବାଳକ ପୁଅ ଭିତରେ କ୍ରୋଧ ଓ ପ୍ରତିଶୋଧର ନିଆଁ ଜଳୁଥିଲା। ମାସକ ଆଗରୁ ମାରିବାକୁ ଯୋଜନା କରିଥିଲା। ମାସେ ଆଗରୁ ଅନଲାଇନରେ ଧାରୁଆ ଭୂଜାଲି କିଣିଥିଲା। ୫୦ ହଜାର ଟଙ୍କା ଦେଇ ଅନ୍ୟ ଜଣେ ସହ ପିସ୍ତଲ ବି ଡିଲ୍ କରୁଥିଲା। କେବଳ ସଠିକ ସମୟକୁ ଚାହିଁଥିଲା। ବୁଧବାର ସକାଳେ ନାବାଳକ ପୁଅକୁ କୌଣସି କାରଣରୁ ପିଟିଥିଲେ ରାମସିଂ। ରାତି ୮ଟାରେ ବୁଲେଟରେ ଯାଇ ଦୁଇଟା ବିଅର ଆଣିଥିଲା। ରାମ ସିଂ ଓ ଦ୍ୱିତୀୟ ପତ୍ନୀ ସୁରଜ୍ଞାନଙ୍କ ଅଗଣାରେ ମଶିଣା ପକାଇ ମଦ ପିଇବାକୁ ବସିଥିଲା। ନିଶାରେ ଚୁର୍ ରାମ ସିଂ ପ୍ରଥମ ପତ୍ନୀ ସୁନୀତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ। ମନା କରିବାରୁ ହଙ୍ଗାମା ହୋଇଥିଲା। ଏଥିରେ ଆହୁରି ରାଗ ବଢ଼ିଯାଇଥିଲା। ଆଉ ରାତି ୪ଟାରେ କାମ ତମାମ କରିବାକୁ ସୁନୀତା, ଝିଅ ସରିତା ଓ ନାବାଳକ ପୁଅ ଉଠିଥିଲେ। ବୁଧବାର ଅପରାହ୍ନରେ ବିବାଦ ହିଂସ୍ର ରୂପ ନେଇଥିଲା। ସୁନୀତା ନିଜ ଝିଅ ସରିତା ଓ ନାବାଳକ ପୁଅ ସହ ମିଶି ଏଭଳି ଜଘନ୍ୟ ହତ୍ୟା କରିଛି। ୩ଜଣ ଯାକ ଧାରୁଆ ଅସ୍ତ୍ରରେ ହାଣିଥିଲେ। ଚାରିଜଣଙ୍କ ଶବକୁ ରାମ ସିଂ କାରରେ ରଖିଦେଇଥିଲେ। କିଛି ଦୂର ନେଇ ନିଆଁ ଲଗାଇଦେଇଥିଲେ। ଦୁର୍ଘଟଣାଜନିତ ଦର୍ଶାଇବାକୁ ଏଭଳି ଫନ୍ଦି କରିଥିଲେ ଅଭିଯୁକ୍ତ। ସ୍କର୍ପିଓରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡରୁ ୪ଜଣଙ୍କ ମୃତ୍ୟୁ ବୋଲି ସମସ୍ତେ ଆଗ ଭାବୁଥିଲେ।
