ତାନ୍ତ୍ରିକ ପ୍ରଭାବରୁ ମୁକ୍ତ ଲାଗି ବାବାକୁ ପୁଅର ମର୍ଡର
ମାଆ ଗଲା ୧୮ ବର୍ଷ ହେଲା ସତ୍ୟନାରାୟଣ ଯାଦବ ଓରଫ୍ ପରଦେଶୀ ବାବା ସହ ଅନୈତିକ ସମ୍ପର୍କରେ ଥିଲେ। ସନ୍ଦେହ ଥିଲା ଯେ, ତା ମାଆଙ୍କୁ ତାନ୍ତ୍ରିକ ପ୍ରଭାବରେ ଫସାଇରଖିଛନ୍ତି ବାବା।

ତାନ୍ତ୍ରିକ ସହ ମାଆର ସମ୍ପର୍କ- ବାବାକୁ ମାରି ଶବରେ କୀଳା ପିଟିଲା ପୁଅ
ୟୁପିର ସୀତାପୁରରେ ଚର୍ଚ୍ଚିତ ପରଦେଶୀ ବାବା ହତ୍ୟାକାଣ୍ଡର ପୁଲିସ ଖୁଲାସା କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନିଜ ମାଆକୁ ତାନ୍ତ୍ରିକ ପ୍ରଭାବରୁ ମୁକ୍ତ କରିବାକୁ ବାବାଙ୍କୁ ହତ୍ୟା କରିଦେଲା ପୁଅ। ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୁଲିସ। ଏ ଘଟଣାରେ ଅନ୍ଧବିଶ୍ୱାସ ଓ ତାନ୍ତ୍ରିକ ପ୍ରଭାବକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୁକ୍ତ ନଗେନ୍ଦ୍ରକୁ ଗିରଫ କରିଛି ପୁଲିସ। ମେ ୧୩ରେ ଏହି ହତ୍ୟା ହୋଇଥିଲା। ପୁଲିସ ଜେରାରେ ନଗେନ୍ଦ୍ର କହିଛି ଯେ, ତାଙ୍କ ମାଆ ଗଲା ୧୮ ବର୍ଷ ହେଲା ସତ୍ୟନାରାୟଣ ଯାଦବ ଓରଫ୍ ପରଦେଶୀ ବାବା ସହ ଅନୈତିକ ସମ୍ପର୍କରେ ଥିଲେ। ସନ୍ଦେହ ଥିଲା ଯେ, ତା ମାଆଙ୍କୁ ତାନ୍ତ୍ରିକ ପ୍ରଭାବରେ ଫସାଇରଖିଛନ୍ତି ବାବା। ଏହାକୁ ନେଇ ଲମ୍ୱାସମୟ ଧରି ବିଚଳିତ ଥିଲା। ଗଲା ୬ ମାସ ତଳେ ବାବା ସହ ନଗେନ୍ଦ୍ରର ବିବାଦ ହୋଇଥିଲା। ଗଣ୍ଡଗୋଳ ବେଳେ ତା ମାଆକୁ ତାନ୍ତ୍ରିକ ପ୍ରଭାବରୁ ମୁକ୍ତ କରିବନି ବୋଲି କହିଥିଲେ ପରଦେଶୀ ବାବା। ଏଥିରେ ରାଗିଯାଇଥିଲା ନଗେନ୍ଦ୍ର। ଛୁରୀରେ ଗଳା କାଟି ହତ୍ୟା କରିଥିଲା। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଲାଗିଥିଲା। ପରଦେଶୀ ବାବାକୁ ହତ୍ୟା ପରେ ତାଙ୍କର ଆତ୍ମାକୁ କଏଦ କରିବାକୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶବର ଅଲଗା ଅଲଗା ଜାଗାରେ ୧୧ଟି ଲୁହାର କୀଳା ପିଟିଥିଲା। କାଳେ ମଲା ପରେ ଆତ୍ମା ଘୁରିବୁଲିବ, ସେ ସନ୍ଦେହ ଥିଲା। ମୃତକର ଆଧାର କାର୍ଡ, କପଡ଼ା ଓ ଘଟଣା ବେଳେ ପିନ୍ଧିଥିବା ପୋଷାକକୁ ଜାଳିଦେଇଥିଲା। କେବଳ ଏତିକି ନୁହେଁ, ମୃତକର ମୋବାଇଲ ଫୋନକୁ ବି ସାରଦା ନଦୀକୁ ଫିଙ୍ଗିଦେଇଥିଲା।
