ବୈଭବ ପାଇବେ ବାର୍ଷିକ ୧୨କୋଟି!
କ୍ରିକେଟର ବିରାଟ କୋହଲି ବାର୍ଷିକ ୧୨.୫ କୋଟି ସ୍ପନସରସିପ ପାଉଛନ୍ତି। ଏଯାଏ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିନଥିବା ବୈଭବଙ୍କୁ ଯଦି ସତରେ ଏଭଳି ସ୍ପନସରସିପ ମିଳେ,

ବ୍ୟାଟ୍ ସ୍ପନସରସିପ- ବିରାଟଙ୍କୁ ପଛରେ ପକାଇଦେବେ କି ବୈଭବ?
୧୨ କୋଟି ବ୍ୟାଟ୍ ସ୍ପନସରସିପ ପାଇବେ ବୈଭବ ସୂର୍ଯ୍ୟବଂଶୀ! ଗୋଟିଏ ପରେ ଗୋଟିଏ ବିରଳ ରେକର୍ଡ ରଚିଚାଲିଥିବା ବୈଭବଙ୍କୁ ନେଇ ଏଭଳି ଏକ ଚର୍ଚ୍ଚା ଏକ୍ସ-ରେ ଜୋର ଧରିଛି। ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ଯେ, ବାର୍ଷିକ ୧୨ କୋଟି ଟଙ୍କାରେ ବୈଭବଙ୍କୁ ଏକ ବ୍ୟାଟ୍ କମ୍ପାନୀ ସ୍ପନସରସିପ୍ ଦେଇଛି। ପୂର୍ବ ସ୍ପନସରସିପ ତୁଳନାରେ ଏହା ୨୪ ଗୁଣା ଅଧିକ। ବିହାରରେ ଜନ୍ମିତ ବୈଭବଙ୍କୁ ୧୩ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଥିଲା। ଏବେ ବୈଭବଙ୍କୁ ୧୫ ବର୍ଷ। ଆଇପିଏଲ ୨୦୨୬ ସିଜିନରେ ସେ ୧୫ଟି ଇନିଂସ ଖେଳି ୬୮୦ ରନ୍ କରିଛନ୍ତି। ଦ୍ୱିତୀୟ ଦ୍ରୁତ ରନ୍ ସହ ୬୫ଟିଛକା ମାରି କ୍ରିସ ଗେଲଙ୍କ ରେକର୍ଡ ବି ଭାଙ୍ଗିଦେଲେ। କ୍ରିକେଟର ବିରାଟ କୋହଲି ବାର୍ଷିକ ୧୨.୫ କୋଟି ସ୍ପନସରସିପ ପାଉଛନ୍ତି। ଏଯାଏ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିନଥିବା ବୈଭବଙ୍କୁ ଯଦି ସତରେ ଏଭଳି ସ୍ପନସରସିପ ମିଳେ, ତାହେଲେ ବିରାଟଙ୍କ ରେକର୍ଡକୁ ବି ପଛରେ ପକାଇଦେବେ। ପାକିସ୍ତାନୀ କ୍ରିକେଟର ବାବର ଆଜମ ବାର୍ଷିକ ୭କୋଟି ପାଉଛନ୍ତି। ଚର୍ଚ୍ଚା ସତ ହେଲେ ବୈଭବ ଏତେ ଅଳ୍ପ ବୟସରେ କ୍ରିକେଟର ସେ ସବୁ ଉଚ୍ଚସୋପାନକୁ ଛୁଇଁବେ।
