ଆଇପିଏଲ ଫାଇନାଲ ଖେଳରେ ଧାର୍ମିକ ଛିଟା।
PL 2026 ଫାଇନାଲ୍ରେ ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କ ଶିବ ତାଣ୍ଡବ ଓ ‘ବମ୍ ଲହରୀ’ ପରିବେଷଣ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି।

ଆଇପିଏଲ ଫାଇନାଲ ଖେଳରେ ଧାର୍ମିକ ଛିଟା। ଆଇପିଏଲ ଫାଇନାଲରେ କୈଳାସ ଖେର ହାତରେ ଡମ୍ୱରୁ ଧରି ଗାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ଷ୍ଟାଡିଅମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବା ଅବସରରେ କୈଳାସ ଖେରଙ୍କ ଶିବତାଣ୍ଡବ, ବମ୍ ବମ୍ ଓ ଡ୍ରୋନ୍ ସୋ ପୁରା ପଡ଼ିଆରେ ସେଲିବ୍ରେସନର ମାହୋଲ ସୃଷ୍ଟି କରିଥିଲା। ହେଲେ ଏହାକୁ ନେଇ ଭିନ୍ନ ମତରୁ ନୂଆ ବିବାଦ ବି ସୃଷ୍ଟି ହୋଇଛି। କ୍ରିଟିକ୍ସ ତଥା ସାମ୍ୱାଦିକ ଲାବଣ୍ୟ ନାରାୟଣ ଯୁକ୍ତି ରଖିଛନ୍ତି ଯେ, ଏହା କୁଆଡ଼େ କ୍ରିକେଟ ଖେଳ ଭଳି ସେକ୍ୟୁଲାର ସ୍ପୋର୍ଟସରେ ଧର୍ମକୁ ପ୍ରମୋଟ କରାଗଲା। ବିସିସିଆଇର ଦୋହରା ଚରିତ୍ରକୁ ଏହା ପଦାରେ ପକାଇଛି। ନିଜ ପ୍ରାଇଭେଟ୍ ଷ୍ଟାଟସକୁ ଉଜାଗର କରିବାକୁ ଏଭଳି ହୋଇଛି। ହେଲେ ସେପଟେ ସମର୍ଥକ ଏହାକୁ ସେଲିବ୍ରେଟ୍ କରିବା ସହ କହିଛନ୍ତି, ଏହା ଭାରତର ହିନ୍ଦୁ ସଂସ୍କୃତିର ଏକ ଝଲକ ଓ ପ୍ରତିଫଳନ ଥିଲା। IPL 2026 ଫାଇନାଲ୍ରେ ପ୍ରସିଦ୍ଧ ଗାୟକ କୈଳାସ ଖେରଙ୍କ ଶିବ ତାଣ୍ଡବ ଓ ‘ବମ୍ ଲହରୀ’ ପରିବେଷଣ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିବା ଫାଇନାଲ୍ର ମଧ୍ୟବିରତି କାର୍ଯ୍ୟକ୍ରମରେ କୈଳାଶ ଖେର ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ। ଡ୍ରୋନ୍ ଶୋ’, ଆଲୋକ ସଜ୍ଜା ଓ ଧାର୍ମିକ ପ୍ରତୀକର ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଗୋଟିଏ ପକ୍ଷ ଏହାକୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଗୌରବମୟ ପ୍ରଦର୍ଶନ ବୋଲି ସ୍ୱାଗତ କରିଥିବାବେଳେ, ଅନ୍ୟ ପକ୍ଷ କହିଛନ୍ତି ଯେ ଏକ ବହୁଧର୍ମୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ନିର୍ଦ୍ଦିଷ୍ଟ ଧର୍ମ ସମ୍ୱନ୍ଧୀୟ ପରିବେଷଣ ଉଚିତ୍ ନୁହେଁ। ସୋସିଆଲ୍ ମିଡିଆରେ “Religionisation of Sports” ଓ “Sports Should Remain Inclusive” ପରି ମତାମତ ମଧ୍ୟ ଭାଇରାଲ୍ ହୋଇଛି। ଅନେକ ଦର୍ଶକ କହିଛନ୍ତି ଯେ ଶିବ ତାଣ୍ଡବ କେବଳ ଧାର୍ମିକ ନୁହେଁ, ଭାରତୀୟ ସାଂସ୍କୃତିକ ଐତିହ୍ୟର ଏକ ଅଂଶ ମଧ୍ୟ ଅଟେ। ସେମାନଙ୍କ ମତରେ ଆଇପିଏଲ ଫାଇନାଲ୍ର ଡ୍ରୋନ୍ ଶୋ’ ଓ କୈଳାଶ ଖେରଙ୍କ ଶକ୍ତିଶାଳୀ ପରିବେଷଣ ଷ୍ଟାଡିୟମର ପରିବେଶକୁ ଅଲଗା ଅନ୍ଦାଜ ଦେଇଥିଲା। ଏହି ଘଟଣା ପୁଣିଥରେ ଏକ ପୁରୁଣା ପ୍ରଶ୍ନକୁ ସାମ୍ନାକୁ ଆଣିଛି। କ୍ରୀଡ଼ା ମଞ୍ଚରେ ସଂସ୍କୃତି ଓ ଧର୍ମର ସୀମା ରହିବା ଉଚିତ୍ କି ନାହିଁ।
