୧.୯୩ ମିଟର ଡେଇଁ ଭାରତୀୟ ହାଇଜମ୍ପ ଖେଳାଳି ପୂଜା ସିଂଙ୍କ ଇନଡୋର ହାଇଜମ୍ପରେ ଜାତୀୟ ରେକର୍ଡ ଭଙ୍ଗ
କୌଣସି ଭାରତୀୟ ମହିଳା ଖେଳାଳୀ ଏହି ଉଚ୍ଚତାକୁ ଛୁଇଁନାହାନ୍ତି। ସାହାନା କୁମାରୀଙ୍କ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗିଦେଲେ।

ଇତିହାସ ରଚିଲେ ପୂଜା ସିଂ। ୧୯ ବର୍ଷରେ ଜାତୀୟ ରେକର୍ଡ ହାସଲ କଲେ।
ଏସିଆନ୍ U20 ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଆଗ ହାଇଜମ୍ପରେ ୧.୯୧ ମିଟର ଉଚ୍ଚ ଡେଇଁ ନିଜ ରେକର୍ଡ ଭାଙ୍ଗିଲେ। ଏହା ପରେ ୧.୯୩ ମିଟର ଡେଇଁ ଭାରତୀୟ ହାଇଜମ୍ପ ଖେଳାଳି ପୂଜା ସିଂ ଇନଡୋର ହାଇଜମ୍ପ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। କୌଣସି ଭାରତୀୟ ମହିଳା ଖେଳାଳୀ ଏହି ଉଚ୍ଚତାକୁ ଛୁଇଁନାହାନ୍ତି। ସାହାନା କୁମାରୀଙ୍କ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗିଦେଲେ। ୨୦୧୨ରେ ସିନିୟର ନାସନାଲ ରେକର୍ଡରେ ୧.୯୨ ମିଟର ଡେଇଁ ରଚିଥିଲେ ସାହାନା। ଚୀନର ତିଆଞ୍ଜିନରେ ହୋଇଥିବା ୨୦୨୬ ଏସିଆନ୍ ଇନଡୋର ଆଥଲେଟିକ୍ସ ଚ୍ୟାମ୍ପିଅନସିପ୍ରେ ପୂଜା ୧.୮୭ ମିଟର ଉଚ୍ଚତା ଲଂଘି ରୌପ୍ୟ ପଦକ ଜିତିଥିଲେ। ଏହି ଜମ୍ପ ଭାରତର ନୂତନ ଇନଡୋର ଜାତୀୟ ରେକର୍ଡ ହୋଇଥିଲା, ଯାହା ପ୍ରାୟ ୨୨ ବର୍ଷ ପୁରୁଣା ରେକର୍ଡକୁ ଭଙ୍ଗ କରିଥିଲା। ସେ ମାତ୍ର ୧୮ ବର୍ଷ ବୟସରେ ଭାରତର ସବୁଠାରୁ ପ୍ରତିଭାଶାଳୀ ଆଥଲେଟଙ୍କ ଭିତରେ ଗଣା ହୋଇଥିଲେ। ଏହା ପୂର୍ବରୁ ସେ ୨୦୨୫ ଏସିଆନ୍ ଆଥଲେଟିକ୍ସ ଚ୍ୟାମ୍ପିୟନସିପ୍ରେ ୧.୮୯ ମିଟର ଜମ୍ପ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ପରେ ୨୦୨୬ ଏପ୍ରିଲ୍ରେ ନୂଆଦିଲ୍ଲୀରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧.୯୦ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପୂଜା ସିଂହ ହରିୟାଣାର ବୋସ୍ତି ଗାଁର। ସୀମିତ ସୁବିଧା ମଧ୍ୟରେ ଅଭ୍ୟାସ କରି ଭାରତୀୟ ଆଥଲେଟିକ୍ସରେ ନିଜ ପରିଚୟ ସୃଷ୍ଟି କରିଛନ୍ତି।
