ଆର୍ମି ଅଫିସରଙ୍କ ନିଆରା ଅନ୍ଦାଜରେ ପ୍ରପୋଜ୍
ଉପସ୍ଥିତ ଅଧିକାରୀ, ପରିବାର ସଦସ୍ୟ ଏବଂ ସାଙ୍ଗମାନେ ତାଳି ମାରି ଏହି ଯୁଗଳଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ରୋମାଣ୍ଟିକ୍ ଦୃଶ୍ୟର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହେବା ପରେ ଖୁବ୍ ଶୀଘ୍ର ଭାଇରାଲ୍ ହୋଇଯାଇଥିଲା।

ନିଜ ଟ୍ରେନିଂ ସଫଳତାପୂର୍ବକ ପାସ୍ କରି ପାଇଲଟ ହେବାକୁ ଯାଉଛନ୍ତି ଭାରତ ଭରଦ୍ୱାଜ। ହେଲେ ସେହି ଟ୍ରେନିଂ ସେଣ୍ଟର ଆଗରେ ହିଁ ନିଜ ଗାର୍ଲଫ୍ରେଣ୍ଡ ଆରୁଷିଙ୍କୁ ପ୍ରପୋଜ କରିବାର ଭିଡ଼ିଓ ବେଶ୍ ଭାଇରାଲ ହୋଇଛି। ହେଲିକେପ୍ଟର ସାମ୍ନାରେ ଆଣ୍ଠୁ ମାଡ଼ି ପ୍ରେମିକା ଆରୁଷିଙ୍କୁ ମୁଦି ପିନ୍ଧାଇଥିଲେ। ଆଉ ଆରୁଷି ଏହି ପ୍ରୋପଜାଲକୁ ବି ସ୍ୱୀକାର କରିଛନ୍ତି। ପୁରା ପରିସର ତାଳିମାଡ଼ରେ କମ୍ପିଥିଲା। ଏହି କ୍ଷଣ କେବଳ ଏକ ସେନା ଅଧିକାରୀଙ୍କ ଉପଲବ୍ଧିର ନଥିଲା। ବରଂ ପ୍ରେମ ଓ ନୂଆ ଜୀବନ ଆରମ୍ଭର ସାକ୍ଷୀ ସାଜିଲା। ଆର୍ମି ପାଇଲଟ୍ ଭାରତ ଭରଦ୍ୱାଜଙ୍କ ରୋମାଣ୍ଟିକ୍ ପ୍ରପୋଜାଲ୍ ଭିଡିଓ ଭାଇରାଲ୍ ହୋଇଛି। ଭାରତୀୟ ସେନାର ଯୁବ ଅଧିକାରୀ କ୍ୟାପଟେନ୍ ଭାରତ ଭରଦ୍ୱାଜ ନିଜ ପ୍ରେମିକା ଆରୁଷୀଙ୍କୁ ଅନନ୍ୟ ଢଙ୍ଗରେ ବିବାହ ପ୍ରସ୍ତାବ ଦେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସେନା ବିମାନ ଚାଳନା (Army Aviation) ପାଇଲଟ୍ ଟ୍ରେନିଂ ସଫଳତାର ସହ ସମାପ୍ତ କରିବା ପରେ ଭାରତ ଏହି ସ୍ମରଣୀୟ ମୁହୂର୍ତ୍ତକୁ ଆଉ ଅଧିକ ବିଶେଷ କରିଥିଲେ। ମହାରାଷ୍ଟ୍ରର ନାସିକରେ ଆୟୋଜିତ ପାସିଂ ଆଉଟ୍ ପ୍ୟାରେଡ୍ ପରେ କ୍ୟାପଟେନ୍ ଭାରତ ନିଜ ସେନା ୟୁନିଫର୍ମରେ ହେଲିକପ୍ଟର ସମ୍ମୁଖରେ ପ୍ରେମିକା ଆରୁଷୀଙ୍କ ପାଖକୁ ଯାଇଥିଲେ। ସମସ୍ତଙ୍କ ସାମ୍ନାରେ ଗୋଟିଏ ଆଣ୍ଠୁ ମାଟିରେ ରଖି ସେ ଆରୁଷୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଅପ୍ରତ୍ୟାଶିତ ଓ ଭାବପ୍ରବଣ ମୁହୂର୍ତ୍ତରେ ଆରୁଷୀ ହସିମୁଖରେ ପ୍ରସ୍ତାବ ଗ୍ରହଣ କରିଥିଲେ। ଉପସ୍ଥିତ ଅଧିକାରୀ, ପରିବାର ସଦସ୍ୟ ଏବଂ ସାଙ୍ଗମାନେ ତାଳି ମାରି ଏହି ଯୁଗଳଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ରୋମାଣ୍ଟିକ୍ ଦୃଶ୍ୟର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହେବା ପରେ ଖୁବ୍ ଶୀଘ୍ର ଭାଇରାଲ୍ ହୋଇଯାଇଥିଲା। ନେଟିଜେନ୍ମାନେ ଭାରତଙ୍କ ଏହି ଅଭିନବ ପ୍ରପୋଜାଲ୍କୁ ଖୁବ୍ ପସନ୍ଦ କରିଛନ୍ତି। ଅନେକ ଲୋକ ଏହାକୁ “ବର୍ଷର ସବୁଠାରୁ ସୁନ୍ଦର ପ୍ରପୋଜାଲ୍” ବୋଲି କହିଛନ୍ତି। ହେଲିକପ୍ଟର ସମ୍ମୁଖରେ ଜଣେ ସେନା ଅଧିକାରୀଙ୍କ ଏଭଳି ପ୍ରେମ ପ୍ରକାଶ ଲୋକଙ୍କ ହୃଦୟକୁ ଛୁଇଁଯାଇଛି। କ୍ୟାପଟେନ୍ ଭାରତଙ୍କ ପେଶାଗତ ସଫଳତା ଓ ତାଙ୍କ ବ୍ୟକ୍ତିଗତ ଜୀବନର ଏହି ଖୁସିର ମୁହୂର୍ତ୍ତ ଏବେ ଇଣ୍ଟରନେଟ୍ରେ ଲକ୍ଷ ଲକ୍ଷ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
