ଭିସା ହଜିବାରୁ ହଇରାଣ ହେଲେ ଶ୍ରମିକ
ଭିସା ହଜିଗଲା। ୮ ମାସ ଏପଟ ସେପଟ ଘୁରିବୁଲିଲେ। ଶେଷରେ ଦୂତାବାସ ପ୍ରୟାସରେ ଭାରତ ଫେରିଲେ। ସାଉଦି ଆରବରୁ ୧୩ ମାସ ପରେ ଭାରତ ଫେରିଛନ୍ତି ପ୍ରବାସୀ ଶ୍ରମିକ ଓମା ରାମ।

ଭିସା ହଜିଯିବାରୁ ଦହଗଞ୍ଜ ହେଲେ ରାମ
ଭିସା ହଜିଗଲା। ୮ ମାସ ଏପଟ ସେପଟ ଘୁରିବୁଲିଲେ। ଶେଷରେ ଦୂତାବାସ ପ୍ରୟାସରେ ଭାରତ ଫେରିଲେ। ସାଉଦି ଆରବରୁ ୧୩ ମାସ ପରେ ଭାରତ ଫେରିଛନ୍ତି ପ୍ରବାସୀ ଶ୍ରମିକ ଓମା ରାମ। ସାଉଦି ଆରବର ରିୟାଦ ଡିପୋର୍ଟେସନ ସେଣ୍ଟରରେ ଦୁଇ ମାସରୁ ଅଧିକ ସମୟ ବନ୍ଦ ରହିଥିଲେ। ସାଉଦିଆରବରୁ ଆସି କୋଚିନ୍ ପହଞ୍ଚିଥିଲେ ଓ ତା ପରେ ଟ୍ରେନ୍ ଯୋଗେ ସୁରାଟ ଆସିଥିଲେ। ଏହା ପରେ ପୈତୃକ ଗାଁ ସୋଇନ୍ତରା ଯାଇଥିଲେ। ରୋଜଗାର ଆଶାରେ ୧୩ ମାସ ତଳେ ସାଉଦି ଆରବ ଯାଇଥିଲେ ଓମା। ସେଠାରେ ମାସେ କାଳ ଭିସା ଧାରକ ଶେଖଙ୍କ ପାଖରେ କାମ କଲେ। ଟଙ୍କା ନ ମିଳିବାରୁ କାମ ଛାଡ଼ିଦେଇଥିଲେ। ହେଲେ ପାଖରେ ଭିସା ନଥିବାରୁ ଆଇନଗତ ଜାଲରେ ଫସିଯାଇଥିଲେ। ତାଙ୍କୁ ମାର୍ଚ୍ଚ ୨୪, ୨୦୨୪ରେ ପୁଲିସ ହେପାଜତକୁ ନେଇଥିଲା। ଏହା ପରେ ୨ ମାସ ହେଲା ପ୍ରତ୍ୟର୍ପଣ କେନ୍ଦ୍ରରେ ଥିଲେ। ସେପଟେ ପରିବାର ଲଗାତାର ଚିନ୍ତା ସହ ଆର୍ଥିକ ସଂକଟ ସହ ଜୁଝୁଥିଲା। ପରିବାର ଲୋକେ ତାଙ୍କୁ ସୁରକ୍ଷିତ ଭାବେ ଫେରାଇବା ନେଇ ଭାରତ ସରକାର ଓ ଭାରତୀୟ ଦୂତାବାସକୁ ଅନୁରୋଧ କରିଥିଲେ। ଭାରତୀୟ ଦୂତାବାସର ସହଯୋଗରେ ଫାଇନାଲ ଏକଜିଟ୍ ଜାରି କରିଥିଲା ସାଉଦି ଆରବ ପ୍ରଶାସନ।
