ସୁସ୍ମିତାଙ୍କ ସମର୍ଥନରେ ବାହାରିଲେ ମୋଦି
ସୁସ୍ମିତା ଲୋଭୀ ବା ଗୋଲ୍ଡ ଡିଗର ନଥିଲେ, ସେ ରିଅଲ ହୀରା- ଲଳିତ ମୋଦି

ସେ ସୁସ୍ମିତା ସେନଙ୍କ ଡିପେଣ୍ଡାଣ୍ଟ ବୟଫ୍ରେଣ୍ଡ ଥିଲେ। ଆଇପିଏଲ ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ନୀରବତା ଭାଙ୍ଗିଛନ୍ତି। ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତାଙ୍କ ଉପରେ ଗୋଲ୍ଡ ଡିଗର ଆରୋପ ଉପରେ ନୀରବତା ଭାଙ୍ଗି ତାଙ୍କୁ ହୀରା ବୋଲି କହିଛନ୍ତି। ସୁସ୍ମିତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ମୋଦି। ସୁସ୍ମିତା କେବେ ବି ଲୋଭୀ ନଥିଲେ। ସୁସ୍ମିତା ଲଳିତ ମୋଦିଙ୍କଠୁ ଟଙ୍କା ଲୁଟୁଥିଲେ ବୋଲି ଆରୋପ ଆସିଥିଲା। ଗୋଲ୍ଡ ଡିଗର କହି ସୋସିଆଲ ମିଡିଆରେ ଟ୍ରୋଲ ଚାଲିଛି। ୨୦୨୨ରେ ଦୁହିଁଙ୍କ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। ସୁସ୍ମିତା ସେନଙ୍କୁ “ଗୋଲ୍ଡ ଡିଗର” ବୋଲି କହିବା ସମ୍ପୂର୍ଣ୍ଣ ଭୁଲ। ସେ କହିଛନ୍ତି ଯେ ସୁସ୍ମିତା ଜଣେ ସ୍ୱାଧୀନ, ସଫଳ ଓ ଆତ୍ମନିର୍ଭର ମହିଳା, ଯିଏ ନିଜ ଖର୍ଚ୍ଚ ନିଜେ ବହନ କରୁଥିଲେ। ମୋଦିଙ୍କ ଅନୁସାରେ, ଅନେକ ସମୟରେ ସୁସ୍ମିତା ହିଁ ସେମାନଙ୍କ ଭ୍ରମଣ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଥିଲେ। ପାଲଟା ଲଳିତ ମଜାକିଆ ଢଙ୍ଗରେ କହିଥିଲେ, “ମୁଁ ହିଁ ଯେମିତି ଜଣେ ‘କେପ୍ଟ ବୟଫ୍ରେଣ୍ଡ’ ଥିଲି।” ଏହା ସହ ସେ ସୁସ୍ମିତାଙ୍କୁ ନିଜ ଜୀବନର ଏକ ବିଶେଷ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଦୁହିଁଙ୍କ ସମ୍ପର୍କ ଭାଙ୍ଗିଯିବା ସମ୍ପର୍କରେ ଲଳିତ ମୋଦୀ କହିଛନ୍ତି ଯେ ଦୀର୍ଘ ଦୂରତା ବା Long Distance Relationship ଏହାର ମୁଖ୍ୟ କାରଣ ଥିଲା। ସୁସ୍ମିତା ଭାରତରେ ନିଜ କ୍ୟାରିୟରରେ ବ୍ୟସ୍ତ ଥିବା ବେଳେ ମୋଦି ଲଣ୍ଡନରେ ରହୁଥିଲେ, ଯାହା ଦୁହିଁଙ୍କ ସମ୍ପର୍କକୁ ଆଗକୁ ନେବାରେ ବାଧା ସୃଷ୍ଟି କରିଥିଲା। ଲଳିତ ମୋଦି ଆହୁରି କହିଛନ୍ତି ଯେ ସମ୍ପର୍କ ଶେଷ ହୋଇଥିଲେ ମଧ୍ୟ ସେମାନେ ଏବେ ବି ଭଲ ବନ୍ଧୁ ଅଛନ୍ତି ଏବଂ ସୁସ୍ମିତାଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି। ସେ ଏକୁଟିଆ ମାଆ ରୂପରେ ନିଜ ଝିଅ ରେନେ ଓ ଆଲିଶାଙ୍କ ଯେଭଳି ଲାଳନପାଳନ କରୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ।
