ଲଣ୍ଡାମୁଣ୍ଡକୁ ଚାହିଁଲାନି ଆଟେଣ୍ଡାନ୍ସ ଆପ୍
ଆଟେଣ୍ଡାନ୍ସ ଆପ୍ ତାଙ୍କର ଚେହେରା ନେଲାନି।କାମ କରିବା ସତ୍ତ୍ୱେ ସେ ଦୈନିକ ୩ଶହ ଟଙ୍କା ହରାଇବେ ବୋଲି କୁହାଗଲା। କାରଣ ଉପସ୍ଥାନ ନେଉନି। ଏହା ପରେ ସେ ଅଭିନବ ଉପାୟ ବାହାର କଲେ।

ଲଣ୍ଡାମୁଣ୍ଡକୁ ଚାହିଁଲାନି ଆଟେଣ୍ଡାନ୍ସ ଆପ୍- ଶ୍ରମିକଙ୍କ ଅଭିନବ ଉପାୟ
ମାନସିକ ପୂରଣ ହେବାରୁ ଲଣ୍ଡା ହୋଇଗଲେ। କୋଣ୍ଡାଗାଟୁ ଆଞ୍ଜେନିୟା ସ୍ୱାମୀ ମନ୍ଦିର ଯାଇ ବାଳ ଅର୍ପଣ କରିଦେଲେ। ହେଲେ ବଡ଼ ଅସୁବିଧା ହୋଇଗଲା। କାରଣ ସେ ଏମଏନଆରଜିଏସରେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ନାଁ ଏମ୍ ଶ୍ରୀନିବାସ। ଘର ତେଲେଙ୍ଗାନା ମେହେବୁବାବାଦର କୋମାଟିପାଲି ଗାଁର। ଯେତେବେଳେ କାମକୁ ଫେରିଲେ। ଆଟେଣ୍ଡାନ୍ସ ଆପ୍ ତାଙ୍କର ଚେହେରା ନେଲାନି। ଏନଏମଏମ ଆପ୍ ଚେହେରା ଦେଖି ଉପସ୍ଥାନ ନିଏ। ହେଲେ ତାଙ୍କ ଚେହେରାକୁ ସ୍କାନ କରିବାକୁ ଫେଲ୍ ମାରିଲା ଆପ୍। କାମ କରିବା ସତ୍ତ୍ୱେ ସେ ଦୈନିକ ୩ଶହ ଟଙ୍କା ହରାଇବେ ବୋଲି କୁହାଗଲା। କାରଣ ଉପସ୍ଥାନ ନେଉନି। ଏହା ପରେ ସେ ଅଭିନବ ଉପାୟ ବାହାର କଲେ। ଜଣେ ସହକର୍ମୀ ମହିଳାଙ୍କ ଲମ୍ୱା ବାଳକୁ ତାଙ୍କ ଲଣ୍ଡା ମୁଣ୍ଡରେ କଭର କରି ଓ୍ୱିଗ୍ ଭାବେ ରଖିଥିଲେ। ଏହା ପରେ ତୁରନ୍ତ ଆପ୍ ତାଙ୍କ ଚେହେରାକୁ ସ୍କାନ କରିଦେଲା। ଏଭଳି ଭିଡ଼ିଓ ଭାଇରାଲ ହୋଇଛି। ନେଟଓ୍ୱର୍କ ଅସୁବିଧା ସହ ସ୍କାନିଂ ବିଫଳତାକୁ ଏ ଘଟଣା ଦର୍ଶାଇଛି।
