IPL 2027 Auction: ଅକ୍ସନ ଭାରତ ଫେରିବ: ଅରୁଣ ଧୁମାଲଙ୍କ ସୂଚନା, ଭେନ୍ୟୁ ନେଇ ଚାଲିଛି ମାନସମନ୍ଥନ
ତିନି ବର୍ଷ ପରେ IPL ଅକ୍ସନ ପୁଣି ଭାରତରେ ଆୟୋଜିତ ହେବ। IPL ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ୨୦୨୭ ମିନି ଅକ୍ସନ ଭାରତରେ କରିବାକୁ ନିଷ୍ପତ୍ତି ହୋଇଛି। ତେବେ କେଉଁ ସହରରେ ଅକ୍ସନ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ନୂଆଦିଲ୍ଲୀ: IPL 2027କୁ ନେଇ ଆସିଛି ବଡ଼ ଅପଡେଟ୍। ଆସନ୍ତା ସିଜନ୍ ପାଇଁ ଖେଳାଳି ନିଲାମ ବା ମିନି ଅକ୍ସନ ଭାରତରେ ଆୟୋଜିତ ହେବା ନେଇ ନିଷ୍ପତ୍ତି ହୋଇଛି। IPL ଗଭର୍ଣ୍ଣିଂ କାଉନସିଲ୍ର ୧୫ ସେପ୍ଟେମ୍ବର ବୈଠକ ପରେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି। IPL ଚେୟାରମ୍ୟାନ୍ ଅରୁଣ ସିଂହ ଧୁମାଲଙ୍କ ଘୋଷଣା ପରେ ଏହି ଖବର ଚର୍ଚ୍ଚାରେ ରହିଛି। ୨୦୨୩ରେ କୋଚିରେ ଆୟୋଜିତ ଅକ୍ସନ ପରେ ଲଗାତାର ତିନିଟି ନିଲାମ ଭାରତ ବାହାରେ ହୋଇଥିଲା। ୨୦୨୪ରେ ଦୁବାଇ, ୨୦୨୫ରେ ଜେଦ୍ଦା ଏବଂ ୨୦୨୬ରେ ଆବୁଧାବିରେ ଅକ୍ସନ ହୋଇଥିଲା। ଏବେ IPL 2027 ଅକ୍ସନକୁ ପୁଣି ଭାରତକୁ ଫେରାଇ ଆଣିବାକୁ BCCI ନିଷ୍ପତ୍ତି ନେଇଛି। ତେବେ ଅକ୍ସନ କେଉଁ ସହରରେ ହେବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଘୋଷଣା ହୋଇନାହିଁ। ଫ୍ରାଞ୍ଚାଇଜି ଓ ସେମାନଙ୍କ ପ୍ରତିନିଧିଙ୍କ ପାଇଁ ହୋଟେଲ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ସୁବିଧାର ଉପଲବ୍ଧତାକୁ ଗୁରୁତ୍ୱ ଦେଇ ଭେନ୍ୟୁ ଚୟନ କରାଯିବ। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବିବାହ ଋତୁ ଥିବାରୁ ହୋଟେଲ ରୁମ୍ ଉପଲବ୍ଧତା ମଧ୍ୟ ଏକ ମୁଖ୍ୟ ବିଚାର ହେବ। ବିଦେଶରେ ଅକ୍ସନ ଆୟୋଜନ କରିବା ସମୟରେ ଫ୍ରାଞ୍ଚାଇଜିମାନଙ୍କ ପାଇଁ ପ୍ରତିନିଧି ଦଳକୁ ବିଦେଶ ନେବା, ରହଣି ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ବ୍ୟବସ୍ଥାକୁ ନେଇ ସମସ୍ୟା ଥିବା ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ IPL 2027 ଅକ୍ସନ ଭାରତରେ କରିବା ନିଷ୍ପତ୍ତି ନିଆଯାଇଥିବା ରିପୋର୍ଟରେ କୁହାଯାଇଛି। IPL 2027 ଅକ୍ସନ ମିନି ଅକ୍ସନ ହେବ। ଏହା ସହିତ Impact Player ନିୟମର ଭବିଷ୍ୟତ ନେଇ ମଧ୍ୟ IPL ଗଭର୍ଣ୍ଣିଂ କାଉନସିଲ୍ରେ ଆଲୋଚନା ହୋଇଛି। କିନ୍ତୁ ଏହି ନିୟମ ଜାରି ରହିବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଏହା ଉପରେ ଆଗାମୀ ବୈଠକରେ ଆଲୋଚନା ହେବ। ଏହି ନିଷ୍ପତ୍ତି ପରେ IPL 2027 ମିନି ଅକ୍ସନ ପାଇଁ ଭେନ୍ୟୁ, ତାରିଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ନଜର ରହିବ।
