ରାବଣଙ୍କ ଚରିତ୍ରରେ ୟସଙ୍କୁ ନେଇ ଚାଲିଛି ଇଣ୍ଟରନେଟ ବିବାଦ |
ରାବଣର ଲୁକରେ ଏହି ପୋଷ୍ଟର ଯେବେ ସୋସିଆଲ ମିଡିଆରେ ଛଡାଯାଇଥିଲା ,ତେବେ ତାଙ୍କୁ ଟ୍ରୋଲିଙ୍ଗ ଶୁଣିବାକୁ ପଡିଥିଲା | ଲୋକଙ୍କ ରାଗ ୟଶଙ୍କ ଲୁକ ଉପରେ ନଥିଲା ବରଂ ଜନ୍ମାଷ୍ଟମୀରେ ଦଶାନନ ରାବଣର ଫିଲ୍ମ ପୋଷ୍ଟର ବାହାର କରିବାକୁ ନେଇଥିଲେ |

ରାମାୟଣ ମେକର୍ସ ଜନ୍ମାଷ୍ଟମୀରେ ଫିଲ୍ମରେ ୟସ ରାବତ ଲୁକର ନୂଆ ପୋଷ୍ଟର ରିଲିଜ କରିଛନ୍ତି | ବରଂ ଫେସ ମେକର୍ସ ଛୋଟିଆ ଭୁଲରେ ନିରାଶା ସହିତ ଇଣ୍ଟରନେଟରେ ବିତର୍କ ବିବାଦ ଲାଗିଥିଲା | ରଣବୀର କପୁରଙ୍କ ଫିଲ୍ମ ରାମାୟଣ ପାର୍ଟ ୧, ୨୦୨୬ ବର୍ଷର ସବୁଠୁ ମୋଷ୍ଟ ଆୱେଟେଡ଼ ଫିଲ୍ମର ସବୁଠାରୁ ଉପରେ ଅଛି | ନୀତେଶ ତିବାରୀଙ୍କ ମାଇଥୋଲୋଜି ଥିଲର ଫିଲ୍ମରେ ରଣବୀର କପୁର ପ୍ରଥମ ଥର ଶ୍ରୀରାମଙ୍କ ଚରିତ୍ରରେ ଦେଖିବାକୁ ମିଳିବେ | ଜୁଲାଇରେ ମେକର୍ସମାନେ ୟଶଙ୍କ ଫିଲ୍ମର ଟ୍ରେଲର ରିଲିଜ କରିଥିଲେ | ଫ୍ୟାନଙ୍କ ଉତ୍ସାହକୁ ଲଗେଇ ରଖିବା ପାଇଁ ମେକର୍ସମାନେ ଗତ ଜନ୍ମାଷ୍ଟମୀର ଭଲ ତିଥିରେ ୟଶଙ୍କ ନୂଆ ପୋଷ୍ଟର ରିଲିଜ କରିଛନ୍ତି ,ଯାହାକୁ ଦେଖିବା ପରେ ଫ୍ୟାନମାନେ ବେଶୀ ଅସନ୍ତୁଷ୍ଟ ନଜର ଆସିଥିଲା | ୪୦୦୦ କୋଟର ବଜେଟରେ ତିଆରି ହୋଇଥିବା ରାମାୟଣର ଏକ ନୂଆ ପୋଷ୍ଟ , ଗତ ଜନ୍ମାଷ୍ଟମୀରେ ଶେୟାର ହୋଇଛି | ଏହି ପୋଷ୍ଟର ସେୟାର କରି ଏଥିରେ ମେକର୍ସ କ୍ୟାପ୍ସନ ଦେଇଛନ୍ତି "ପୃଥିବୀ ଲୋକ ,ପାତାଳ ଲୋକ,ଦେବ ଲୋକ ତିନି ଲୋକ ଉପରେ ଜଣେ ହିଁ ରାଜ କରିବ | ରାବଣ ରାଜ | " ରାବଣର ଲୁକରେ ଏହି ପୋଷ୍ଟର ଯେବେ ସୋସିଆଲ ମିଡିଆରେ ଛଡାଯାଇଥିଲା ,ତେବେ ତାଙ୍କୁ ଟ୍ରୋଲିଙ୍ଗ ଶୁଣିବାକୁ ପଡିଥିଲା | ଲୋକଙ୍କ ରାଗ ୟଶଙ୍କ ଲୁକ ଉପରେ ନଥିଲା ବରଂ ଜନ୍ମାଷ୍ଟମୀରେ ଦଶାନନ ରାବଣର ଫିଲ୍ମ ପୋଷ୍ଟର ବାହାର କରିବାକୁ ନେଇଥିଲେ | ଜଣେ ୟୁଜର୍ସ ୟଶଙ୍କ ପୋଷ୍ଟର ଉପରେ କମେଣ୍ଟ କରି ଲେଖିଛନ୍ତି " ଜନ୍ମାଷ୍ଟମୀ ପର୍ବରେ ରାବଣର ପୋଷ୍ଟର କିଏ ଶେୟାର କରେ " | ଅନ୍ୟ ୟୁଜର୍ସ ଲେଖିଛନ୍ତି ," ଏହା ଭଗବାନ ବିଷ୍ଣୁଙ୍କ ଅପମାନ ଅଟେ | ଆପଣ ରାବଣ ପୋଷ୍ଟର ସେୟାର କରିବ ପାଇଁ ଜନ୍ମାଷ୍ଟମୀର ପର୍ବ କାହିଁକି ବାଛିଥିଲେ ? ମାର୍କେଟିଙ୍ଗ ଷ୍ଟ୍ରାଟେଜି ପାଇଁ କେବେ କେବେ ଏତେ ଭୁଲ ବାଟକୁ କାହିଁକି ଚାଲିଯାଉଛନ୍ତି |" ଓ ଅନ୍ୟଜଣେ ୟୁଜର୍ସ ନିରାଶାର ସହିତ ରାମାୟଣ ମେକର୍ସକୁ ଟ୍ୟାଗ କରି କହିଛନ୍ତି "ଆପଣ କୃଷ୍ଣ ଜନ୍ମାଷ୍ଟମୀର ଶୁଭ ଅବସରରେ ରାବଣ ବଦଳରେ ଭଗବାନ ବିଷ୍ଣୁକ ଫୋଟୋ ପୋଷ୍ଟ କରିପାରିଥାନ୍ତେ | ଜଣେ ଫ୍ୟାନ ଓ ଏହି ଫିଲ୍ମର ବଡ ସପୋର୍ଟର ହୋଇଥିବାରୁ ମୁଁ ବହୁତ ନିରାଶ ଅଛି | " ମେକର୍ସ ଫ୍ୟାନଙ୍କ ନିରାଶାକୁ ବୁଝି ଏବଂ ଫିଲ୍ମରୁ ଆଉ ଘଣ୍ଟାଏ ପରେ ଶ୍ରୀରାମଙ୍କ ରୂପରେ ରଣବୀର କପୁରଙ୍କ ପୋଷ୍ଟର ରିଲିଜ କରି ସେଥିରେ ଲେଖିଥିଲେ " ଏହା ଆମର ସମସ୍ତ ପ୍ରଶ୍ନର ଉତ୍ତର ଅଟେ | ଆମର ପ୍ରୋଟେକ୍ଟର ....ଆମର ହିରୋ , ରାମ | " ଏହାର ପ୍ରଥମ ପାର୍ଟ ୨୦୨୬ର ଦୀପାବଳୀକୁ ରିଲିଜ ହେବ |
