ଆସୁଛି ଅପରେସନ ଗଙ୍ଗା..
ମୋହନଲାଲ ନିଜ ଏକ୍ସ-ରେ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ କୌଣସି କଳାକାରଙ୍କ ଚେହେରା ନାହିଁ। ବରଂ ଏକ ବିଶାଳ ପ୍ରତିମା ଦେଖାଯାଇଛି।

ଆସୁଛି ଅପରେସନ ଗଙ୍ଗା। ମୋହନଲାଲ ନିଜ ଅପକମିଂ ଫିଲ୍ମ ଅପରେସନ ଗଙ୍ଗାର ଟାଇଟଲ ଘୋଷଣା କରିଛନ୍ତି। ଅର୍ଜୁନ ରାମପାଲ ଓ ଭାଗ୍ୟଶ୍ରୀ ବୋର୍ସେଙ୍କ ହେଲା ଏଣ୍ଟ୍ରି। ଯାହାର ପୋଷ୍ଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ମୋହନଲାଲ ଫିଲ୍ମମେକର ବିଷ୍ଣୁମୋହନଙ୍କ ସହ ନିଜର ଆଗାମୀ ପ୍ରୋଜେକ୍ଟର ଅଧିକାରୀକ ଘୋଷଣା କରିଛନ୍ତି। ଏହି ଫିଲ୍ମ ଦୁହିଁଙ୍କର ପ୍ରଥମ ମିଳିତ ପ୍ରୋଜେକ୍ଟ। ବିଷ୍ଣୁମୋହନ ନାସନାଲ ଆଓ୍ୱାର୍ଡ ଓ୍ୱିନର ଫିଲ୍ମ ମେପ୍ପାଡିୟନର ନିର୍ଦେଶକ ଭାବରେ ପରିଚିତ। ଯେଉଁଥିରେ ଉନ୍ନୀ ମୁକୁନ୍ଦମ ମୁଖ୍ୟ ଭୂମିକାରେ ଥିଲେ। ମୋହନଲାଲ ନିଜ ଏକ୍ସ-ରେ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ କୌଣସି କଳାକାରଙ୍କ ଚେହେରା ନାହିଁ। ବରଂ ଏକ ବିଶାଳ ପ୍ରତିମା ଦେଖାଯାଇଛି। ମୋହନଲାଲଙ୍କ ଅପରେସନ ଗଙ୍ଗାର ପ୍ରଥମ ପୋଷ୍ଟରରେ ସହର ଭିତରେ ଏକ ବିଶାଳ ମହିଳା ପ୍ରତିମା ଦେଖାଯାଇଛି। ତାଙ୍କର ଗୋଟିଏ ହାତରେ ଖଣ୍ଡା ଓ ଆର ହାତରେ ଢାଲ ଧରିଛନ୍ତି। ପ୍ରତିମା ଚାରିପଟେ ଘନବାଦଲ ଛାଇ ରହିଛି। ପ୍ରତିମା ପାଖରେ ଏକ ଫାଇଟର ଜେଟ୍ ବି ଦେଖାଯାଉଛି। ଭିଜୁଆଲରୁ ଜଣାପଡ଼ୁଛି ଯେ, କାହାଣୀରେ ମିଲିଟ୍ରି ଓ ଦେଶ ପ୍ରତି କର୍ତ୍ତବ୍ୟ ସହ ଜଡ଼ିତ କାହାଣୀ ଦେଖାଯିବ। ଧୁରନ୍ଧର ଫେମ୍ ଶାଶ୍ୱତ ସଚ୍ଚଦେବଙ୍କୁ ଅପରେସନ ଗଙ୍ଗାର କମ୍ପୋଜର ଭାବେ ଘୋଷିତ କରାଯାଇଛି। ଅପରେସନ ଗଙ୍ଗା ନିର୍ଦେଶକ ଭାବେ ବିଷ୍ଣୁମୋହନଙ୍କ ଦ୍ୱିତୀୟ ଫିଲ୍ମ ଅଟେ। ସେ ୨୦୨୨ରେ ମାଲାୟଲମ ଫିଲ୍ମ ମେପୋଡିୟାନରୁ ନିର୍ଦେଶକ ଭାବେ ଡେବ୍ୟୁ କରିଥିଲେ।
