Leopard Attack at Rescue Operation:ରେସକ୍ୟୁ ବେଳେ ଆକ୍ରମଣ କଲା ଚିତା |
କର୍ଣ୍ଣାଟକର ଦ୍ରାଵଣଗିରିରେ ଜିଲ୍ଲାରେ ହାଇୱେରେ ଅଚାନକ ଚିତାବାଘ ଆସିଯାଇଥିବାରୁ ଦ୍ରୁତ ଗତିରେ ଯାଉଥିବା ଏକ କାରରେ ଧକ୍କା ହୋଇଯାଇଥିଲା | ଧକ୍କାରେ ଚିତାବାଘ ଆହତ ହୋଇ ରାସ୍ତାରେ ପଡିଯାଇଥିଲା , ଯାହାପରେ ବନ ବିଭାଗ ଟିମ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା |

କର୍ଣ୍ଣାଟକର ଦ୍ରାଵଣଗିରିରେ ଜିଲ୍ଲାରେ ହାଇୱେରେ ଅଚାନକ ଚିତାବାଘ ଆସିଯାଇଥିବାରୁ ଦ୍ରୁତ ଗତିରେ ଯାଉଥିବା ଏକ କାରରେ ଧକ୍କାରେ ହୋଇଯାଇଥିଲା | ଧକ୍କାରେ ଚିତାବାଘ ଆହତ ହୋଇ ରାସ୍ତାରେ ପଡିଯାଇଥିଲା , ଯାହାପରେ ବନ ବିଭାଗ ଟିମ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା | ଘଟଣା ପରେ ବନ ବିଭାଗ ଟିମ ଘଟଣାସ୍ଥଳକୁ ପହଞ୍ଚି ,ଚୀତାବାଘକୁ ସୁରକ୍ଷିତ ସହ ଧରିବା ପାଇଁ ବେହୋସର ଔଷଧ ଦେଇଥିଲା | ଔଷଧର ପ୍ରଭାବ ସମ୍ପୂର୍ଣ୍ଣ ପ୍ରଭାବରେ ଚିତାବାଘ ଗଭୀର ଅଚେତ ହେବା ପୂର୍ବରୁ ହିଁ ସେ ବନ ବିଭାଗର ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲା | ଆକ୍ରମଣରେ ଅଧିକାରୀ ଆହତ ହୋଇଯାଇଥିଲେ | ଘଟଣା ପରେ ଘଟଣାସ୍ଥଳରେ ଉପସ୍ଥିତ ଟିମ ସତର୍କତାର ସହ ଉଦ୍ଧାର ଅଭିଯାନ ଜାରି ରଖି ଚିତାବାଘକୁ ସଫଳତାର ସହ ନିୟନ୍ତ୍ରଣକୁ ନେଇ ସୁରକ୍ଷିତ କରିଥିଲେ | କାରର ଧକ୍କାରେ ପ୍ରଥମରୁ ହିଁ ସେ ଆହତ ହୋଇଯାଇଥିଲା | ଉଦ୍ଧାର ପରେ ତାକୁ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଥିଲା | ଯେଉଁଠି ଦୁର୍ଘଟଣାଗ୍ରସ୍ତ ଚିତାର ଚିକିତ୍ସା କରାଯାଉଛି | ବନ ବିଭାଗର ଟିମ ଚିତାବାଘକୁ ସୁରକ୍ଷିତ ଭାବେ ଧରି ନିଆଯାଇଛି ଏବଂ ବର୍ତ୍ତମାନ ତାହାର ଅବସ୍ଥା ଉପରେ ନଜର ରଖାଯାଉଛି | ଆହତ ଅଧିକାରୀଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା | ହାଇୱେ ଆଖପାଖରେ ଥିବା ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ରାସ୍ତା ଉପରକୁ ଆସିବାର ସମ୍ଭାବନା ଥାଏ , ସେଥିପାଇଁ ଯାନବାହନକୁ ସର୍ତକତାର ସହ ଗାଡି ଚଲେଇବାକୁ ବନ ବିଭାଗ ପରାମର୍ଶ ଦେଇଛନ୍ତି |
