Woman Constable Dies :ଗୁଳି ବେକ ଚିରି ମୁଣ୍ଡ ବାଟେ ବାହାରିଗଲା- କୌସମ୍ୱିରେ ମହିଳା କନଷ୍ଟେବଳ ମୃତ
ସବୁଦିନ ଭଳି ଆଜି ବି ଡ୍ୟୁଟି କରିବାକୁ ଥାନାକୁ ଯାଇଥିଲେ। ଅଫିସ ପରିସରରେ ସରକାରୀ ରାଇଫଲ ନେଇ ଚୌକିରେ ବସିଥିଲେ। ଅଚାନକ ତାଙ୍କ ରାଇଫଲରୁ ଗୁଳି ବାହାରିଗଲା।

ୟୁପିର କୌସମ୍ୱିରେ ମହିଳା ଥାନାରେ ମୁତୟନ ମହିଳା କନଷ୍ଟେବଳ ପ୍ରିୟଙ୍କା ଯାଦବଙ୍କ ମୃତ୍ୟୁ। ଆଜି ସକାଳେ ତାଙ୍କୁ ଗୁଳି ଲାଗିଥିଲା। ୨୦୨୫ ବ୍ୟାଚର ପ୍ରିୟଙ୍କା। ଗୁଳି ତାଙ୍କ ଗଳାକୁ ଚିରି ମୁଣ୍ଡ ପଟେ ବାହାରି ଯାଇଛି। ଗୁଳି ଶବ୍ଦ ଶୁଣି ଥାନା ପରିସରରେ ଥିବା ଅନ୍ୟ କର୍ମଚାରୀ ଦୌଡିଆସିଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ବାବଦରେ ସୂଚନା ପାଇବା ମାତ୍ରେ ଏସପିଙ୍କ ସମେତ ଅନ୍ୟାନ୍ୟ ବଡ଼ ଅଧିକାରୀ ହସ୍ପିଟାଲ ପହଞ୍ଚିଥିଲେ। ସଦର ଥାନାର ସିଓଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି। ଗାଜିପୁର ଜନପଦର ପ୍ରିୟଙ୍କା ୨୦୨୫ ବ୍ୟାଚର କନଷ୍ଟେବଳ ଥିଲେ। ସେ ମଞ୍ଝନପୁରର ମହିଳା ଥାନାରେ ଡ୍ୟୁଟି କରୁଥିଲେ। ସବୁଦିନ ଭଳି ଆଜି ବି ଡ୍ୟୁଟି କରିବାକୁ ଥାନାକୁ ଯାଇଥିଲେ। ଅଫିସ ପରିସରରେ ସରକାରୀ ରାଇଫଲ ନେଇ ଚୌକିରେ ବସିଥିଲେ। ଅଚାନକ ତାଙ୍କ ରାଇଫଲରୁ ଗୁଳି ବାହାରିଗଲା। ଆଉ ଏହା ତାଙ୍କ ତଣ୍ଟି ଫାଡ଼ି ମୁଣ୍ଡ ଉପରକୁ ବାହାରିଯାଇଥିଲା। ଶବ ବ୍ୟବଛେଦ ଲାଗି ପଠାଇ ଦିଆଯାଇଛି। କେଉଁ ପରିସ୍ଥିତିରେ ଗୁଳି ଚାଲିଲା, ତାହାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ ସବୁ ଦିଗକୁ ତନାଘନା କରୁଛି। ଘଟଣାସ୍ଥଳ ଓ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ତାଙ୍କ ଘରୁ କୌଣସି ସୁଇସାଇଡ ନୋଟ୍ ବି ମିଳିନି। ରାଇଫଲର ଟ୍ରିଗର ଚିପିଯିବାରୁ ଥାନା ପରିସରରେ ଡ୍ୟୁଟି ବେଳେ ଏଭଳି ବଡ଼ ଅଘଟଣକୁ ନେଇ ସବୁଠି ହଇଚଇ।
