Rajsthan road accident ;ଓଭରଲୋଡ଼ ଟ୍ରାକ୍ଟର ପଶିଲା ଦୋକାନରେ , ଦୁଇ ଛୁଆ ଆହତ
ରାଜସ୍ଥାନରେ ଟ୍ରାକ୍ଟର ଚାଳକ ନିୟନ୍ତ୍ରଣ ହରାଇ ଦୋକାନରେ ଧକ୍କା କରିଥିଲେ , ଯାହାଦ୍ୱାରା ଦୋକାନରେ କିଣୁଥିବା ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି |

ରାଜସ୍ଥାନର ଝାଳବାଡ଼ ସହରରୁ ଅତ୍ୟନ୍ତ ମର୍ମନ୍ତୁଦ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି | ଯେଉଁଥିରେ ଓଭର ଲୋଡେଡ଼୍ ଟ୍ରାକ୍ଟର ହଠାତ୍ ନିୟନ୍ତ୍ରଣ ହରାଇ ଦୋକାନ ଭିତରେ ପଶି ଯାଇଥିଲା | ଦୁର୍ଘଟଣା ସମୟରେ ଦୋକାନରେ ଦୁଇଜଣ ଛୋଟ ଛୁଆ ଜିନିଷ କିଣୁଥିଲେ | ଦୁଇ ଛୁଆ ଟ୍ରକ ଓ ଦୋକାନ ମଝିରେ ଫସି ରହିଯାଇ, ଗମ୍ଭୀର ଭାବେ ଆହତ ହୋଇଥିଲେ | ଦୁର୍ଘଟଣା ନୂଆ ତାଲାବ ରୋଡ଼ ପାଖରେ ହୋଇଥିବା କୁହାଯାଇଛି | ସୂଚନା ଅନୁଯାୟୀ ଟ୍ରାକ୍ଟରରେ ବିଜୁଳିର ଭାରୀ ଖମ୍ଭ ରଖାଯାଇଥିଲା | ଉଠାଣିଆ ରାସ୍ତାରେ ଯିବା ସମୟରେ ଭାରି ଓଜନ ଯୋଗୁଁ ଟ୍ରାକ୍ଟରଟି ଅସନ୍ତୁଳିତ ହୋଇଗଲା | ଚାଳକ ଟ୍ରାକ୍ଟରକୁ ନିୟନ୍ତ୍ରଣ ନ କରିପାରି , ଗାଡିଟି ଖସିଯାଇ ଦୋକାନ ଭିତରେ ପଶି ଯାଇଥିଲା | ଦୁର୍ଘଟଣାରେ ୧୨ବର୍ଷୀୟ କୋମଲ ଓ ୬ ବର୍ଷୀୟ ଗରିମା ଗମ୍ଭୀର ଭାବେ ଆହତ ହୋଇଥିଲେ | ଦୁହିଁଙ୍କ ଗୋଡ଼ ଫ୍ୟାକ୍ଚର ହେବା କଥା ସାମ୍ନାକୁ ଆସିଛି | ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ଛୁଆଙ୍କୁ ମେଡିକାଲ୍ ନେଇଥିଲେ | ରିପୋର୍ଟ ଅନୁସାରେ କୋମଲ ଝାଲବାଡ଼ର ଏସଆରଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ,ଯେତେବେଳେ ଗରିମାଙ୍କର ମଧ୍ୟ ଚିକିତ୍ସା ଓ ତଦନ୍ତ କରାଯାଇଥିଲା | ଦୋକାନ ଚଳାଉଥିବା ମହିଳା ମଧ୍ୟ ସାମାନ୍ୟ କ୍ଷତ ହୋଇଥିଲା | ଦୁର୍ଘଟଣା ପରେ ଚାଳକ ଏବଂ ତାସାହିତ ଲୋକ ଟ୍ରାକ୍ଟର ଛାଡି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା | ପୋଲିସ ଟ୍ରାକ୍ଟରକୁ ଜବତ କରି , ଅଭିଯୁକ୍ତଙ୍କ ସନ୍ଧାନ ଆରମ୍ଭ କରିଦେଇଛି | ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି , ଯାହା ଟ୍ୱିଟର ଖୁବ୍ ଭାଇରାଲ ହେଉଛି |
