Punjab EX DIG Bail :ପଞ୍ଜାବର ନିଲମ୍ବିତ DIG ଭୁଲ୍ଲରଙ୍କ ଦୁର୍ନୀତି ମାମଲା: ଜାମିନ ଆବେଦନ ଖାରଜ
ପଞ୍ଜାବ ପୁଲିସର ନିଲମ୍ବିତ ଡିଆଇଜି (DIG) ହରଚରଣ ସିଂହ ଭୁଲ୍ଲରଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ | ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ କହିଲେ, "ଏହା ୧୦୦% ଖାରଜ ଯୋଗ୍ୟ ମାମଲା! ଆପଣ ଏହାକୁ ଏବେ ଖାରଜ କରିବାକୁ ଚାହୁଁଛନ୍ତି ନା ପରେ?"
କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (CBI) ଦ୍ୱାରା ଦର୍ଜ ଭ୍ରଷ୍ଟାଚାର ମାମଲାରେ ଗିରଫ ପଞ୍ଜାବ ପୁଲିସର ନିଲମ୍ବିତ ଡିଆଇଜି (DIG) ହରଚରଣ ସିଂହ ଭୁଲ୍ଲରଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ । ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଜାମିନ ନାକଚ ଆଦେଶକୁ ଚ୍ୟାଲେଞ୍ଜ କରି ଭୁଲ୍ଲର କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲା | ଶୁଣାଣି ସମୟରେ ଯେତେବେଳେ ଭୁଲ୍ଲରଙ୍କ ଓକିଲ ଅଭିଯୋଗକାରୀ ଓ ମୁଖ୍ୟ ସାକ୍ଷ୍ୟ ର ବୟାନ କୁ ନେଇ ତର୍କ କରିଥିଲେ ଓ ଦୁଇଟି ଶ୍ୟଡୋ ସାକ୍ଷୀମାନଙ୍କ ଯାଞ୍ଚ ର ଅନୁମତି ମାଗିବା ସମୟରେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ ,ମୌଖିକ ଭାବେ କହିଛନ୍ତି ଯେ, "ଏହା ୧୦୦% ଖାରଜ ଯୋଗ୍ୟ ମାମଲା! ଆପଣ ଏହାକୁ ଏବେ ଖାରଜ କରିବାକୁ ଚାହୁଁଛନ୍ତି ନା ପରେ?" କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟ ସାକ୍ଷୀମାନଙ୍କ ବୟାନ ରେକର୍ଡ ହେବା ପରେ ହିଁ ଜାମିନ ଆବେଦନର ବିଚାର କରାଯିବ ଏବଂ ଶୁଣାଣିକୁ ୪ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ, ସିବିଆଇ (CBI) ୨୦୨୫ ଅକ୍ଟୋବର ୧୬ରେ ଭୁଲ୍ଲରଙ୍କୁ ଗିରଫ କରିଥିଲା । ରୂପନଗର ରେଞ୍ଜ ର ତତ୍କାଳୀନ ଡିଆଇଜି ଜଣେ ବ୍ୟବସାୟୀ ଆକାଶ ବଟ୍ଟାଙ୍କଠାରୁ ସରହୀନ୍ଦ ଥାନାରେ ରୁଜୁ ହୋଇଥିବା ଅଭିଯୋଗ ମାମଲା ରଫାଦଫା କରିବା ପାଇଁ ଏକ ମାଧ୍ୟମ ଜରିଆରେ ଲଞ୍ଚ ଦାବି କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
