ଆରସିବିର ଆଇପିଏଲ ଚାମ୍ପିଅନ ଆନିଭର୍ସରି
୧୮ ବର୍ଷ ଧରି ଆଇପିଏଲ ଟ୍ରଫିକୁ ହାସଲ କରିବା ପ୍ରତୀକ୍ଷାର ଘଟିଥିଲା ଅବସାନ
P
By Pradeep Kumar NayakPublished: Jun 4, 2026, 01:23 PM • 1 min read

ଜୁନ୍ ୩, ୨୦୨୫। ଠିକ୍ ବର୍ଷକ ତଳେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଆରସିବି ରଚିଥିଲା ଇତିହାସ। ୧୮ ବର୍ଷ ଧରି ଆଇପିଏଲ ଟ୍ରଫିକୁ ହାସଲ କରିବା ପ୍ରତୀକ୍ଷାର ଘଟିଥିଲା ଅବସାନ। କ୍ୟାପଟେନ ରଜତ ପଟ୍ଟିଦାରଙ୍କ ନେତୃତ୍ୱାଧୀନ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଆଇପିଏଲ ଟ୍ରଫି ହାସଲ କରିଥିଲା। ୯ ଓ୍ୱିକେଟ ହରାଇ ୧୯୦ରନ୍ କରିଥିଲା ଆରସିବି। ଏଥିରେ କୋହଲିଙ୍କ ୪୩ ରନ୍ ସାମିଲ ଥିଲା। ଆଉ ଚଳିତ ବର୍ଷ ଗୁଜରାଟ ଟାଇଟନ୍ସକୁ ହରାଇ ଦ୍ୱିତୀୟ ଥର ଚାମ୍ପିଅନ ମୁକୁଟ ପିନ୍ଧିଛି। କୋହଲିଙ୍କ ଅପରାଜିତ ୭୫ ରନ୍ ବଳରେ ଆରସିବି ଚାମ୍ପିଅନ ସାଜିଲା। ଆଇପିଏଲ ଇତିହାସରେ ଆରସିବି ପାଇଁ ଜୁନ୍ ୩, ୨୦୨୫ ଥିଲା ଆଇକନିକ ମୂହୂର୍ତ୍ତ। ସେଥିଲାଗି ଜୁନ୍ ୩ ଆରସିବି ଲାଗି ସବୁବେଳେ ସ୍ପେଶିଆଲ ଦିନ ହୋଇ ରହିବ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
