ଆଫଗାନିସ୍ତାନ ଓ୍ୱାନଡେ ସିରିଜରୁ କୋହଲି ବାହାର!
ମ୍ୟାଚ୍ ଚାଲିଥିବା ସମୟରେ ଫିଜିଓ ତାଙ୍କର ଚିକିତ୍ସା ମଧ୍ୟ କରିଥିଲେ। ତେବେ ସେ ଇନିଂସ ଶେଷ କରିଥିଲେ, କିନ୍ତୁ ଆଘାତର ଗୁରୁତ୍ୱକୁ ଦେଖି ଚୟନକର୍ତ୍ତାମାନେ ତାଙ୍କୁ ବିଶ୍ରାମ ଦେବାକୁ କହିଛନ୍ତି। ପ୍ରାୟ ଦୁଇ ସପ୍ତାହ ବିଶ୍ରାମ ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।

ଜୁନ୍ ୧୩ରୁ ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ମ୍ୟାଚରେ ଖେଳିପାରିବେନି କୋହଲି। ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ ପଡ଼ିପାରନ୍ତି ବିରାଟ କୋହଲି। ହ୍ୟାମଷ୍ଟ୍ରିଙ୍ଗ ଆଘାତକୁ ନେଇ ଚିନ୍ତା ବଢ଼ିଛି। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆସନ୍ତା ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ବାଦ ପଡ଼ିପାରନ୍ତି ବୋଲି ଖବର ଆସୁଛି। ଆଇପିଏଲ୍ ୨୦୨୬ ଫାଇନାଲ୍ ସମୟରେ ତାଙ୍କ ହ୍ୟାମଷ୍ଟ୍ରିଙ୍ଗରେ ଚୋଟ ଲାଗିଥିବାରୁ ସେ ଏବେ ବିଶ୍ରାମରେ ରହିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରୋୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବ୍ୟାଟିଂ କରୁଥିବା ବେଳେ କୋହଲିଙ୍କ ଗୋଡ଼ର ପଛ ଭାଗରେ ଅସୁବିଧା ଦେଖାଯାଇଥିଲା। ମ୍ୟାଚ୍ ଚାଲିଥିବା ସମୟରେ ଫିଜିଓ ତାଙ୍କର ଚିକିତ୍ସା ମଧ୍ୟ କରିଥିଲେ। ତେବେ ସେ ଇନିଂସ ଶେଷ କରିଥିଲେ, କିନ୍ତୁ ଆଘାତର ଗୁରୁତ୍ୱକୁ ଦେଖି ଚୟନକର୍ତ୍ତାମାନେ ତାଙ୍କୁ ବିଶ୍ରାମ ଦେବାକୁ କହିଛନ୍ତି। ପ୍ରାୟ ଦୁଇ ସପ୍ତାହ ବିଶ୍ରାମ ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଜୁନ୍ ୧୩ ତାରିଖରୁ ଆରମ୍ଭ ହେବ। ଏହି ସିରିଜ୍ରେ କୋହଲିଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଦୀର୍ଘ ସମୟ ଧରି ଭାରତୀୟ ବ୍ୟାଟିଂ କ୍ରମର ମୁଖ୍ୟ ଭରସା ରହିଆସିଥିବା କୋହଲି ଅନେକ ମ୍ୟାଚ୍ରେ ଦଳକୁ ବିଜୟ ଦେଇଛନ୍ତି। କୋହଲି ବାଦ ପଡ଼ିଲେ ମଧ୍ୟକ୍ରମରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ। ଚୟନକର୍ତ୍ତାମାନେ ତାଙ୍କ ବଦଳରେ କାହାକୁ ଦଳରେ ସାମିଲ କରିବେ, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ଅନ୍ୟପଟେ ଭାରତୀୟ ଦଳର କିଛି ଅନ୍ୟ ସିନିୟର ଖେଳାଳିଙ୍କ ଫିଟନେସ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏପରି ସ୍ଥିତିରେ ଆଫଗାନିସ୍ତାନ ସିରିଜ୍ ଯୁବ ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ହୋଇପାରେ। କୋହଲିଙ୍କ ଜାଗାରେ ଋତୁରାଜ ଗାଏକଓ୍ୱାଡ ନା ଇଶାନ କିଶାନ କିଏ ସୁଯୋଗ ପାଇବେ। ତାକୁ ନେଇ ଅଧିକାରୀକ ସ୍ତରରେ ଘୋଷଣା ହୋଇନି।
