ସମ୍ପତ୍ତି ପାଇଁ ପୁଅକୁ ହତ୍ୟା କଲା ବାପା
ତୁଷାର ପରିବାରର ଲୋକଙ୍କ ସହ ସବୁବେଳେ ମାଡ଼ପିଟ୍ କରୁଥିଲା। ପୈତୃକ ଜମି ବିକିବାକୁ ଚାପ ପକାଉଥିଲା। ତେବେ ହତ୍ୟାକାରୀ ବାପା ସୁନ୍ଦରଙ୍କୁ ନେଇ ଚକିତ କଲା ଭଳି ଖୁଲାସା ହୋଇଛି।

ବାପାକୁ ମାରିବାକୁ ଦେଇଥିଲା ୧୦ଲକ୍ଷ ଟଙ୍କା ସୁପାରୀ। ପୁଅ ମର୍ଡର କରିଦେବ ଭାବି ପୁଅକୁ ମାରିଦେଲା ବାପା। ମିରଟରେ ତୁଷାର ତ୍ୟାଗୀ ହତ୍ୟାକାଣ୍ଡ ମାମଲାର ୨୪ ଘଣ୍ଟା ଭିତରେ ପୁଲିସ ଖୁଲାସା କରିଛି। ବାପା ନିଜ ସାଥୀ ସହ ମିଶି ଏ କାଣ୍ଡ ଭିଆଇଛି। ସମ୍ପତ୍ତି ବିବାଦ, ପାରିବାରିକ କଳହ ଓ ପୁଅ ପକ୍ଷରୁ ଜୀବନକୁ ବିପଦ ସନ୍ଦେହର ଆଶଙ୍କା କରି ଏଭଳି ହତ୍ୟା କରିଦେଲା ବାପା। ୨୫ ବର୍ଷୀୟ ତୁଷାର ତ୍ୟାଗୀ ହତ୍ୟାକାଣ୍ଡରେ ବାପା ସୁନ୍ଦର ତ୍ୟାଗୀ ଓ ତାଙ୍କ ସାଥୀ ଅମିତଙ୍କୁ ପୁଲିସ ଗିରଫ କରିଛି। ହାପୁଡ ଜନପଦର ଦୋୟମି ଗାଁରେ ତୁଷାରଙ୍କୁ ଗୁଳିବିଦ୍ଧ ଶବ ସୋମବାର ରାତିରେ ମିରଟ- ବୁଲନ୍ଦସର ହାଇଓ୍ୱେ ସ୍ଥିତ ଅଣ୍ଡରପାସ୍ ପାଖରେ ଛିଡ଼ା ହୋଇଥିବା ସ୍ପର୍ପିଓ କାରରେ ମିଳିଥିଲା। ଘଟଣାର ତଦନ୍ତ ଲାଗି ପୁଲିସ ୪ଟି ଟିମ୍ ଗଠନ କରିଥିଲା। ସିସିଟିଭି ଓ ସର୍ଭେଲାନ୍ସ ଟିମ୍ ବି ସାମିଲ୍ ଥିଲା। ସୁନ୍ଦର ତ୍ୟାଗୀ ପୁଲିସ ଜେରାରେ କହିଛନ୍ତି ଯେ, ତୁଷାର ପରିବାରର ଲୋକଙ୍କ ସହ ସବୁବେଳେ ମାଡ଼ପିଟ୍ କରୁଥିଲା। ପୈତୃକ ଜମି ବିକିବାକୁ ଚାପ ପକାଉଥିଲା। ତେବେ ହତ୍ୟାକାରୀ ବାପା ସୁନ୍ଦରଙ୍କୁ ନେଇ ଚକିତ କଲା ଭଳି ଖୁଲାସା ହୋଇଛି। ପୁଅ ହତ୍ୟାକାରୀ ସୁନ୍ଦର ନିଜ ପରିଚୟ ବଦଳାଇ ଡେରାଡୁନରେ ସୁମନ ନାଁରେ ରହିଥିଲେ। ଦୁଇ ଦଶନ୍ଧି ପୂର୍ବରୁ ଗାଁ ଛାଡ଼ି ଦେଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି ଓ ଲାଇସେନ୍ସ ପିସ୍ତଲ ବିକାଶ ସୁମନ ନାଁରେ ଥିଲା। ବିକାଶ ସୁମନ ନାଁରେ ପ୍ରପର୍ଟି ଡିଲରର କାମ କରୁଥିଲା। ସୋମବାର ରାତି ୧୨ଟାରେ ତୁଷାରଙ୍କ ଭଉଣୀ ମୋନା ତ୍ୟାଗୀ ପୁଲିସକୁ ଫୋନ କରି ଏହି ସୂଚନା ଦେଇଥିଲା। ତାଙ୍କ ବାପା ସୁନ୍ଦର ତ୍ୟାଗୀ ହିଁ ଭାଇ ତୁଷାରକୁ ହତ୍ୟା କରିଦେଇଛନ୍ତି। ଏହା ପରେ ତୁଷାରଙ୍କ ପତ୍ନୀ ଶିଖାଙ୍କ ଏତଲା ଅନୁସାରେ ରାଷ୍ଟ୍ରବାଦି ନବନିର୍ମାଣ ଦଳ ହାପୁଡ଼ର ଜିଲ୍ଲାଧ୍ୟକ୍ଷ ଅରବିନ୍ଦ ତ୍ୟାଗୀ ଓରଫ ବିନ୍ଦୁ ତ୍ୟାଗୀ ଓ ତରୁଣ ତ୍ୟାଗୀଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ହୋଇଥିଲା। ଶିଖାଙ୍କ କହିବା ଅନୁସାରେ, ସୋମବାର ରାତି ୮ଟା ରେ ତୁଷାରଙ୍କୁ କେହି ଫୋନ୍ କରି ଖାଇବା ନେବାକୁ କହିଥିଲେ। ରାତି ୯ରେ ତୁଷାର ଫୋନ କରି କହିଥିଲେ, କିଛି ଲୋକ ତାଙ୍କୁ ନିକାଞ୍ଚନ ଜାଗାକୁ ନେଉଛନ୍ତି। ତାଙ୍କୁ ହତ୍ୟା କରିପାରନ୍ତି। ଏହା ପରେ ତାଙ୍କ ମୋବାଇଲ୍ ବନ୍ଦ ହୋଇଗଲା। ପରେ ତୁଷାରଙ୍କ ଶବ ମିରଟ-ବୁଲନ୍ଦସର ହାଇଓ୍ୱେରେ ଥିବା କୈଲି ଅଣ୍ଡରପାସ୍ ସର୍ଭିସ ରୋଡରେ ତାଙ୍କ ସ୍କର୍ପିଓ ଭିତରେ ଜବତ ହୋଇଥିଲା। ସୁନ୍ଦର କହିଛନ୍ତି, ଗାଁରେ ତାଙ୍କର ମୋଟ୍ ୩୬ ଏକର ଚାଷ ଜମି ଅଛି। ଏଥିରୁ ତାଙ୍କ ପତ୍ନୀଙ୍କ ନାଁରେ ୧୫ ଏକର ଜମି ଓ ମାଆଙ୍କ ନାରେ ବି ୧୫ ଏକର ଜମି ଅଛି। ସୁନ୍ଦରଙ୍କ ନାଁରେ କେବଳ ୬ ଏକର ଜମି ଅଛି। ତୁଷାର ନିଜ ଜେଜେମାଆଙ୍କ ନାଁରେ ଥିବା ୧୫ ଏକର ଜମିକୁ ବିକିବା ଚକ୍କରରେ ଥିଲା। ଯାହାକୁ ସୁନ୍ଦର ବିରୋଧ କରୁଥିଲେ। ଆଉ ଏହି ବିବାଦରୁ ପୁଅକୁ ରାସ୍ତାରୁ ହଟାଇଦେଲେ। ଆଉ କିଛି ପରିଜନଙ୍କ କହିବା କଥା, ସୁନ୍ଦର ତ୍ୟାଗୀ ଗମ୍ଭୀର ବେମାର କିଡନି ଓ ଲିଭର ରୋଗରେ ପୀଡ଼ିତ ଥିଲେ। ଦିନରେ ଅନେକ ଥର ଇନସୁଲିନ ନେଉଥିଲେ। ଏପରିକି ଚାଲବୁଲ ଲାଗି ବି ଅସମର୍ଥ। ତାହେଲେ ସେ ପୁଅକୁ କେମିତି ମାରିଲେ। ବରଂ ଏ ଘଟଣାର ଅସଲ ମାଷ୍ଟରମାଇଣ୍ଡ ଅରବିନ୍ଦ ତ୍ୟାଗୀ। ଯିଏ ପୁରା କାହାଣୀର ଷଡ଼ଯନ୍ତ୍ରକାରୀ।
