Vaas and Mishra Set to Join Delhi Capitals : ଆଇପିଏଲ୍ ୨୦୨୭: ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ,ନୂଆ ବୋଲିଂ କୋଚ୍ ହେଲେ ଚାମିଣ୍ଡା ଭାସ୍
ଦିଲ୍ଲୀ କ୍ୟାପିଟାଲ୍ସ ନିଜର କୋଚିଂ ଷ୍ଟାଫ୍ରେ କରିଛି ବଡ଼ ପରିବର୍ତ୍ତନ | IPL ଇତିହାସରେ ପ୍ରଥମଥର ଚାମିଣ୍ଡା ଭାସ୍ କୋଚ୍ ଭାବରେ କାମ କରିବେ | ଏହାସହ ଭାରତର ପୂର୍ବତନ ସ୍ପିନର ଅମିତ ମିଶ୍ର ମଧ୍ୟ ବୋଲିଂ କୋଚିଂ ଦଳରେ ସାମିଲ ହୋଇଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜିନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜର କୋଚିଂ ଷ୍ଟାଫ୍ରେ ବଡ଼ ରଣନୀତିକ ପରିବର୍ତ୍ତନ କରିଛି। ଟିମ୍ ପ୍ରବନ୍ଧନ ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଚାମିଣ୍ଡା ଭାସ୍ଙ୍କୁ ଟିମ୍ର ନୂଆ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି | IPL ଇତିହାସରେ ପ୍ରଥମଥର ଚାମିଣ୍ଡା ଭାସ୍ କୋଚ୍ ଭାବରେ କାମ କରିବେ | ଏହାସହ ଭାରତର ପୂର୍ବତନ ସ୍ପିନର ଅମିତ ମିଶ୍ର ମଧ୍ୟ ବୋଲିଂ କୋଚିଂ ଦଳରେ ସାମିଲ ହୋଇଛନ୍ତି। ଏହି ନୂଆ କୋଚିଂ ଟିମର ହେଡ଼ କୋଚ୍ ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲୀଙ୍କ ତତ୍ତ୍ୱାବଧାନରେ କାମ କରିବେ ଏବଂ ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂହ ବ୍ୟାଟିଂ କୋଚ୍ ଦାୟିତ୍ୱ ସମ୍ଭାଳିବେ। ଅନ୍ତର୍ଜାତୀୟ କ୍ରିକେଟରେ ୭୬୧ ୱିକେଟ୍ ନେଇଥିବା ୫୨ ବର୍ଷୀୟ ଭାସ୍ ପ୍ରଥମ ଥର ଆଇପିଏଲ୍ରେ କୋଚିଂ ଦେବାକୁ ଯାଉଥିବା ବେଳେ, ତାଙ୍କ ପାଖରେ ସେ ଶ୍ରୀଲଙ୍କାର କ୍ରିକେଟ ଟିମ୍ ବ୍ୟତିତ, ନିଉଜିଲ୍ୟାଣ୍ଡ ର ପରାମର୍ଶଦାତା ଓ 2016 ଟି-20 ବିଶ୍ୱ କପ୍ ରେ ଆୟରଲ୍ୟାଣ୍ଡ ର କୋଚ୍ ଭାବରେ ଦାୟିତ୍ୱ ସମ୍ଭାଳିବାର ଲମ୍ବା ଅନୁଭବ ରହିଛି | ଅନ୍ୟପଟେ, 42 ବର୍ଷୀୟ ଅମିତ ମିଶ୍ର ମଧ୍ୟ ପ୍ରଥମ ଥର IPL କୋଚ୍ ଭୂମିକାରେ ନଜର ଆସିବେ | IPL ରେ ତିନି ହ୍ୟାଟ୍ରିକ କରିଥିବା ଏକମାତ୍ର ବୋଲର ମିଶ୍ର ଙ୍କ ନାମରେ ୧୭୪ ୱିକେଟ୍ ନେବାର ରେକର୍ଡ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ର ସହ ମାଲିକ (GMR ଓ JSW ) ଙ୍କ ମଧ୍ୟରେ ଦୁଇ ଦୁଇ ବର୍ଷର ବୈକଲ୍ପିକ ପ୍ରବନ୍ଧନ ବୁଝାମଣା ଅନୁସାରେ ନିଷ୍ପତି ନିଆଯାଇଛି | ଦିଲ୍ଲୀ ଫ୍ରାଞ୍ଚାଇଜି ଆଶା ରଖିଛି ଯେ ଏହି ଦିଗ୍ଗଜ କୋଚିଂ ପ୍ୟାନେଲ୍ ସାହାଯ୍ୟରେ ଟିମ୍ ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିବାରେ ସଫଳ ହେବ।
