ରାଜନୀତି

ଖଡ଼ଗେଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧିମଣ୍ଡଳି ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଙ୍ଗଳବାର ଦଳୀୟ ନେତାଙ୍କ ଏକ ପ୍ରତିନିଧିମମଣ୍ଡଳି ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ମଣ୍ଡଳି ମଣିପୁରରେ ଜାରୀ ରହିଥିବା ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଏ ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଆମ ଲୋକମାନଙ୍କ ସୁରକ୍ଷା ସରକାରଙ୍କ ସବୁଠୁ ବଡ ଦାୟୀତ୍ୱ ହେବା ଆବଶ୍ୟକ । ଆମେ ଆଶା କରୁଛୁ ଯେ, ମଣିପୁରରେ ଶାସନ କ୍ଷମତାରେ ଥିବା ଦଳ ସ୍ଥିତିକୁ ସାମାନ୍ୟ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବ ।   

Related Articles

Leave a Reply

Your email address will not be published.

Back to top button