Latest Newsଅପରାଧଓଡ଼ିଶା

୧୦ ହଜାର ଟଙ୍କା ଲାଂଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ୍‌

ଗଂଜାମ/ଭୁବନେଶ୍ୱର, ୦୯ ମଇ – ୧୦,୦୦୦ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌) । ଅଭିଯୁକ୍ତମାନେ ହେଲେ  ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ଏସ ଏନ୍ ସ୍ୱାଇଁ ।

ସୂଚନା ଅନୁସାରେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ବିଲ୍ କରିବା ପାଇଁ ଉଭୟ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ଏନ୍ ସ୍ୱାଇଁ ଜଣେ କଂଟ୍ରାକ୍ଟରଙ୍କୁ ୧୦,୦୦୦ ଟଙ୍କା ଲାଂଚ ମାଗିଥିଲେ । ଯୋଜନା ଅନୁସାରେ ଆଜି ଅଭିଯୋଗକାରୀଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ବ୍ଲକ ପରିସରରେ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚଢ଼ଉ କରିଥିଲେ । ବିଭାଗୀୟ କର୍ମଚାରୀମାନେ ଶ୍ରୀ ସାହୁଙ୍କ ଠାରୁ ରଂଗବୋଳା ଟଙ୍କା ଜବତ କରିଥିଲେ । ଏହି ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ଶାଖା ଏକ ମାମଲା ରୁଜୁ କରିବା ସହ ଶ୍ରୀ ସାହୁଙ୍କ ୩ଟି ଠିକଣାରେ ତଦନ୍ତ କରୁଛି ।

Related Articles

Leave a Reply

Your email address will not be published.

Back to top button