Latest Newsଓଡ଼ିଶା

ବିଜେପି ସାଂସଦଙ୍କ ଗିରଫ ଦାବିରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ

ଭୁବନେଶ୍ୱର – ଭାରତର ଖ୍ୟାତନାମା ମହିଳା କୁସ୍ତି କ୍ରୀଡ଼ାବିତ୍‌ଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନକାରୀ ବିଜେପି ସାଂସଦ ବ୍ରିଜ୍ ଭୂଷଣଙ୍କ ଗିରଫ ଦାବିରେ ଏଆଇଟିୟୁସି ପକ୍ଷରୁ  ମଙ୍ଗଳବାର ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁପ୍ରିମ କୋର୍ଟ ବ୍ରିଜ୍‌ଭୂଷଣଙ୍କ ଯୌନ ନିର୍ଯ୍ୟାତନା ଘଟଣାରେ ମକଦ୍ଦମା ପଞ୍ଜିକରଣ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ମକଦ୍ଦମା ପଞ୍ଜିକରଣ କରୁନାହିଁ । ଦିଲ୍ଲୀ ପୋଲିସ୍ ଓ ବିଜେପି ସରକାର ତାଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ବିକେଏମ୍‌ୟୁ ରାଜ୍ୟ ସାଧାରଣ ସମ୍ପାଦକ ସୁର ଜେନା, ସହ-ସମ୍ପାଦକ ଶଙ୍କର ବାରିକ, ପଞ୍ଚାନନ ସାହୁ, ସୁର ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।

Related Articles

Leave a Reply

Your email address will not be published.

Back to top button