ଦିଲ୍ଲୀରେ ଆଉ ଏକ ଶ୍ରଦ୍ଧା ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା

Spread the love

ନୂଆଦିଲ୍ଲୀ: ପୁଣି ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି। ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲା ମନରୁ ନଲିଭୁଣୁ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ପତ୍ନୀ। ପରକୀୟା ପ୍ରୀତି ସନ୍ଦେହରେ ମାଆ-ପୁଅ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି। ଦିଲ୍ଲୀରେ ଏହି ଛାତିଥରା ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ଦିଲ୍ଳୀ ପୋଲିସ ଉଭୟ ମାଆ ଓ ପୁଅଙ୍କୁ ଗିରଫ କରିଛି।

ଦିଲ୍ଳୀର ପାଣ୍ଡବ ନଗରରେ ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ। ପୁଅ ସାଜିଲା ପିଶାଚ। ବର୍ବରତାର ସବୁ ସୀମା ଅତିକ୍ରମ କଲା ନୃଶଂସ ପୁଅ ଓ ସ୍ତ୍ରୀ। ବାପାକୁ ହତ୍ୟା କରି ୨୨ ଖଣ୍ଡ କରି କାଟି ଦେଇଛି ନୃଶଂସ ପୁଅ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି- ଏହି ହତ୍ୟାକାଣ୍ଡରେ ଉଭୟ ମାଆ ଓ ପୁଅ ସାମିଲ ଥିଲେ।

ମାଆ ସହ ମିଶି ପୁଅ ବାପାଙ୍କୁ ହତ୍ୟା କରିବା ପରେ ଶରୀରକୁ ୨୨ ଖଣ୍ଡ କରି ଦିଲ୍ଲୀର ଜଙ୍ଗଲରେ ଫିଙ୍ଗି ଦେଇଥିବା ଖବର ଏବେ ସାରା ଦେଶରେ ସୃଷ୍ଟି କରିଛି ଚାଞ୍ଚଲ୍ୟ। ପୋଲିସ ଖୋଳତାଡ କରିବା ପରେ ଉଭୟ ମାଆ-ପୁଅକୁ ଗିରଫ କରିଛି। ପୋଲିସ ହାତରେ ଲାଗିଛି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍। ଯେଉଁଥିରେ ଦେଖିବାକୁ ମିଳିଛି, ମାଆ ପୁନମ ଏବଂ ପୁଅ ଦୀପକ ବାପା ଅଞ୍ଜନ ଦାସଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ରାତିରେ ମୃତଦେହକୁ ପାଣ୍ଡବ ନଗର ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗୁଛନ୍ତି।

ଜୁନ ମାସରେ ପୋଲିସ ପାଣ୍ଡବ ନଗରରୁ କିଛି ଖଣ୍ଡବିଖଣ୍ଡିତ ଶରୀରର ଅଂଶ ପାଇଥିଲା। ଏହାପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଜଣାପଡିଥିଲା, ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଞ୍ଜନ ଦାସ। ତାଙ୍କ ପତ୍ନୀ ଓ ପୁଅ ଅଞ୍ଜନଙ୍କୁ ଜୁନ ମାସରେ ହତ୍ୟା କରିଥିଲେ।

ପୋଲିସ ସୂଚନା ମୁତାବକ, ହତ୍ୟାକାଣ୍ଡର ମୁଖ୍ୟ କାରଣ ରହିଥିଲା ଅନୈତିକ ସମ୍ପର୍କ। ସୂଚନା ଅନୁସାରେ, ପାଣ୍ଡବନଗରର ବାସିନ୍ଦା ହେଉଛନ୍ତି ଅଞ୍ଜନ ଦାସ। ଯିଏ ପ୍ରତିଦିନ ମଦ୍ୟପାନ କରି ଆସିବା ସହ ଏକାଧିକ ମହିଳାଙ୍କୁ ବିବାହ କରିଥିଲା। ତା’ର ସ୍ତ୍ରୀ ପୁନମ ଦାସ ସେ ମଧ୍ୟ ଏକାଧିକ ବିବାହ କରିଥିଲା। ହେଲେ ଅଞ୍ଜନ କୌଣସି ରୋଜଗାର ନକରି ପ୍ରତିଦିନ ମଦ ପିଇ ଆସି ଘରେ ଗାଳିଗୁଲଜ କରୁଥିଲା।

ପୁନମଙ୍କ ପାଖରେ ରହୁଥିବା ତାଙ୍କର ପ୍ରଥମ ସ୍ୱାମୀଙ୍କ ପୁଅ ବିବାହିତ ଥିବାବେଳେ ବୋହୂ ଉପରେ ଅଞ୍ଜନ ଦାସ ଖରାପ ଦୃଷ୍ଟି ରଖୁଥିବା ପୁଅ, ବୋହୂ ପୁନମଙ୍କ ଆଗରେ ଅଭିଯୋଗ କରିଥିଲେ। ତେଣୁ ରାସ୍ତାରୁ ଅଞ୍ଜନଙ୍କୁ ହଟାଇବାକୁ ଚାହିଁଥିଲା ସାବତ ପୁଅ ଦୀପକ। ସମୟ ଦେଖି ପ୍ରଥମେ ମଦରେ ନିଶା ମିଶାଇ ଅଞ୍ଜନଙ୍କୁ ପିଇବାକୁ ଦେଇଥିଲେ। ସେ ବେହୋସ୍ ହୋଇଯିବାରୁ ଅଞ୍ଜନଙ୍କୁ ମା’ ପୁଅ ମିଶି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲେ। ମୃତଦେହକୁ ପଲିଥିନ ଓ ଅଖାରେ ପୁରାଇ ପ୍ରତିଦିନ କିଛି କିଛି ପିଙ୍ଗୁଥିଲେ। ହେଲେ ଏହି ଦୃଶ୍ୟ ରାସ୍ତା କଡର ଏକ ଦୋକାନରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।

ଦୋକାନରେ ରହୁଥିବା ଲୋକେ ମଧ୍ୟ ମାଆ-ପୁଅଙ୍କ ଏପରି କାର୍ଯ୍ୟକୁ ସନ୍ଦେହ କରିଥିଲେ। ପରେ ମଣିଷ ଶରୀର କିଛି କଟା ଅଙ୍ଗ ଲୋକେ ଅଳିଆ ଗଦାରେ ପାଇବା ପରେ ପୋଲିସକୁ ଜଣାଇଥିଲେ। ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ପାଖ ଦୋକାନୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ, ପାଣ୍ଡବ ନଗର ସମେତ ଚାନ୍ଦ ସିନେମା ସମ୍ମୁଖରେ ଅନେକ ଶରୀର ଖଣ୍ଡ ଦେଖିବାକୁ ମିଳିବା ପରେ ପୋଲିସ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଆଉ ଏଥିରୁ ଧରାପଡିଥିଲା ସତ। ପୋଲିସ ହାବୁଡରେ ପଡିଥିଲେ ହତ୍ୟାକାରୀ ମାଆ-ପୁଅ। ପୋଲିସ ପଚରାଉଚରା କରିବା ସମୟରେ ପୋଲିସ ଆଗରେ ସବୁ ସତ ମାନିଥିଲେ ମାଆ-ପୁଅ।

Leave a Reply

Your email address will not be published. Required fields are marked *