ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ବିଜେଡ଼ି କର୍ମୀ । ବାଂଶଡ଼ା ଥାନାରେ ଅଭିଯୋଗ ସହ ନ୍ୟାୟ ମାଗିଲେ ମହିଳା। ଭୁଲି ଗଲେ ବୟସର ତାରତମ୍ୟ ନିଜର କାମନା ବାସନାକୁ ଚରିତାର୍ଥ କରିବା ପାଇଁ ମହିଳାଙ୍କ ଉପରେ ପକାଇଲେ ଲଲୁପୋ ଦୃଷ୍ଟି। ଘରେ କେହି ନଥିବାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମହିଳାଙ୍କ ଘରକୁ ଯାଇ ଟଣା ଉଟରା କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ ବିଜେଡ଼ି କର୍ମୀ । ଯାହାକୁ ନେଇ ମହିଳା ଜଣଙ୍କ ଉକ୍ତ ବିଜେଡ଼ି କର୍ମୀଙ୍କ ବିରୋଧରେ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି। ଏଭଳି ଏକ ଲଜ୍ୟାକର ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡ଼ଦିଆ ଗ୍ରାମରେ। ତେବେ ଚଡଦିଆ ଗ୍ରାମର ରାଜୁ ମହାଳିକଙ୍କ ସ୍ତ୍ରୀ ମନି ମହାଳିକ ଘରେ ଏକା ଥିବା ବେଳେ ସେହି ଗ୍ରାମର ହୃଷିକେଶ ମାଝି(ଗୁନିଆ ) କୁକୁଡ଼ା କିଣିବା ବାହାନାରେ ତାଙ୍କ ଘରକୁ ଯାଇଥିଲେ। ଉକ୍ତ ମହିଳାଙ୍କ ସ୍ବାମୀ ବାହାରେ ରହୁଥିବା ବେଳେ ଘରେ ଏକା ରହୁଥିଲେ ମନି । ତେବେ ଯାହାର ସୁଯୋଗ ନେଇ କୁକୁଡ଼ା କିଣିବା ବାହାନାରେ ମନ୍ଦ ଉଦ୍ଦେଶ୍ୟ ରଖି ଘର ଭିତରକୁ ଯାଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବିଜେଡି କର୍ମୀ । ମହିଳା ଜଣଙ୍କ ପାଟି କରିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ଯାହାକୁ ନେଇ ମହିଳା ଜଣଙ୍କ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ କାହାକୁ କିଛି ନଜଣାଇବା ସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବା ନେଇ ମହିଳା ଓ ତାଙ୍କ ସ୍ୱାମୀକୁ ଧମକ ଦେଇଛନ୍ତି ବିଜେଡି କର୍ମୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now