କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୫ ତମ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି କର ବୃଦ୍ଧି କରାଯାଇଥିବା ବେଳେ କେତେକ ପ୍ରସ୍ତାବକୁ ଟାଳି ଦିଆଯାଇଛି। ପୁରୁଣା କାର ଉପରେ ଜିଏସଟି ଦର ୧୨% ବଦଳରେ ୧୮% ଆଦାୟ ନିଷ୍ପତ୍ତି । ବ୍ୟବସାୟିକ ପ୍ରତିଷ୍ଠାନ କାର କିଣୁଥିଲେ ୧୮% ଜିଏସଟି ଗଣିବେ । କୌଣସି ବ୍ୟକ୍ତି ପୁରୁଣା କାର କିଣିଲେ ବା ବିକିଲେ ପୂର୍ବପରି ୧୨% ଜିଏସଟି ଦେବେ, ନୂଆ ଇଭି କାର ଉପରେ ୫% ଜିଏସଟି ଆଦାୟ ନିଷ୍ପତ୍ତି । ପପକର୍ଣ୍ଣର ସ୍ୱାଦ ଓ ପ୍ରକାର ଅନୁସାରେ ୫ , ୧୨ ଓ ୧୮% ହାରରେ ଜିଏସଟି ଆଦାୟ କରାଯିବ । ଜିନ ଥେରାପିକୁ ଜିଏସଟି ମୁକ୍ତ କରାଯାଇଛି । ରିଟେଲର ଦ୍ୱାରା ଦିଆଯାଉଥିବା ଗିଫ୍ଟ ଭାଉଚରକୁ ଜିଏସଟି ପରିସର ବାହାରେ ରଖାଯାଇଛି । ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଟିକସ ହ୍ରାସ ନିଷ୍ପତ୍ତି ଘୁଞ୍ଚିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now