ଅପରାଧ

ବସ୍ ଅଟକାଇ ଟିଡିସିସିଏଲର ପୂର୍ବତନ ଜିଏମଙ୍କୁ ଧରିଲା ଭିଜିଲାନ୍ସ ଟିମ୍: ନଗଦ ୫.୫୪ ଲକ୍ଷ ଟଙ୍କା କଲା ଜବତ

ଭୁବନେଶ୍ୱର : ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କୁ ଭିଜିଲାନ୍ସ ଅଧିକାରୀ ମାନେ ଧରିଛନ୍ତି । । ଭୁବନେଶ୍ୱରକୁ ଯାଉଥିବା ବେଳେ ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ଟିମ ତାଙ୍କର ବସ୍ ଅଟକାଇ ତାଙ୍କୁ ମାଡି ବସିବା ସହ ତାଙ୍କଠାରୁ ନଗଦ ୫.୫୪ ଲକ୍ଷ ଟଙ୍କା ଜବତ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭିଜିଲାନ୍ସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ କୌଣସି ଗୁପ୍ତ ଓ ନିର୍ଭରଯୋଗ୍ୟ ସୂଚନା ପାଇ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଆର୍ ଉଦୟଗିରି ଟିଡିସିସିଏଲ(ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ)ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ାଙ୍କୁ ଧରିଛି । ସେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଯାତ୍ରା କରୁଥିବା ବସକୁ ଚନ୍ଦ୍ରଗିରିରେ ଭିଜିଲାନ୍ସ ଟିମ ତାଙ୍କୁ ଅଟକାଇଥିଲା । ଭିଜିଲାନ୍ସ ଟିମ ତାଙ୍କ ନିକଟରୁ ନଗଦ ଟଙ୍କା ୫.୫୪ ଲକ୍ଷ ଟଙ୍କା ପାଇଥି୍ଲେ । ଭିଜିଲାନ୍ସା ଟିମ ପରିଡ଼ାଙ୍କୁ ନଗଦ ଅର୍ଥ ସମ୍ପର୍କରେ ପ୍ରଶ୍ନ ପଚାରିଥିଲା ଓ ସେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ତେଣୁ ଭିଜିଲାନ୍ସ ତାଙ୍କଠାରୁ ଏହି ରାଶି ଜବତ କରିଥିଲା ।

ଏହାପରେ ପରିଡ଼ାଙ୍କର ଏକକାଳୀନ ତିନିଟି ସ୍ଥାନରେ ଚଢ଼ଉ ଚାଲିଛି । ଅର୍ଥର ଉତ୍ସ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି। ଏନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା ।

Related Articles

Leave a Reply

Your email address will not be published.

Back to top button