ସ୍କୁଲରେ ଗୁଳିମାଡ: ୯ ମୃତ୍ୟୁ

Spread the love

ମସ୍କୋ:ରୁଷର ଇଝେଭସ୍କ ସହରରେ ଗୁଳିମାଡ।  ଇଝେଭସ୍କ ସହରର ଏକ ସ୍କୁଲ ଭିତରେ ଅଜ୍ଞାତ ଆତତାୟୀର ଆକ୍ରମଣ। ଆତତାୟୀର ଗୁଳି ମାଡରେ  ଜଣଙ୍କ ମୃତ୍ୟୁ ହୋଇଥିବା ଋଷ ଷ୍ଟେଟ ନ୍ୟୁଜ ଏଜେନ୍ସି ଟାସ୍ସ ସୂଚନା ଅନୁଯାୟୀ  ମୃତକଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଶିକ୍ଷକ ଓ ସିକ୍ୟୁରିଟି ଗାର୍ଡ ରହିଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଲେକ୍ଜାଣ୍ଡର ବ୍ରେଚାଲୋଭନଙ୍କ ପକ୍ଷରୁ ସୂଚନା ଦିଆଯାଇଚି।

ଆଲେକ୍ଜାଣ୍ଡର କହିଛନ୍ତି, ଘଟଣା ପରେ ଆକ୍ରମଣକାରୀ ନିଜକୁ ମଧ୍ୟ ଗୁଳି କରି ଦେଇଛି। କିନ୍ତୁ ଏହାକୁ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିପାରି ନାହିଁ। ଇଝେଭସ୍କର ସ୍କୁଲ ୮୮ରେ ଏହି ଗୁଳିକାଣ୍ଡ ଘଟିଛି। ଇଝେଭସ୍କ ହେଉଛି ଉଦମୁର୍ସିଆର ଏକ ପ୍ରମୁଖ ସହର। ତେବେ ଏହି ଘଟଣା ପରେ ସ୍କୁଲକୁ ଖାଲି କରିଦିଆଯାଇଥିବା ଆଲେକ୍ଜାଣ୍ଡର କହିଛନ୍ତି।

ଏହି ସହରରେ ୬ ଲକ୍ଷରୁ ଅଧିକ ଲୋକ ବାସ କରିଥାନ୍ତି। ଏହା ଋଷର ୨୦ ସବୁଠାରୁ ଜନବହୁଳ ସହର ମଧ୍ୟରୁ ଅନ୍ୟତମ। ଏହାକୁ ୧୭୬୦ରେ ସ୍ଥାପନ କରାଯାଇଥିଲା ଷ୍ଟିଲ କାରଖାନା ପାଇଁ ଓ ପରେ ଏହି ସହର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ପରିଗଣିତ ହୋଇଥିଲା। ତେବେ ଏହି ସହରଟି ଏକେ ୪୭ ରାଇଫଲ ଭାବେ ଜଣାଶୁଣା। ଏଠାରେ ସୋଭିଏତ ସେନାର ଲ୍ୟୁଟେନାର୍ଟ ଜେନେରାଲ ମିଖାଇଲ କାଲାସନିକୋଭଙ୍କ ଦୀର୍ଘକାଳୀନ ବାସସ୍ଥଳୀ ହୋଇଥିଲା।

Leave a Reply

Your email address will not be published. Required fields are marked *