ଓଡ଼ିଶା

ନୂଆ ବର୍ଷ ପାଇଁ ଡିସିପିଙ୍କ ପରାମର୍ଶ

ଭୁବନେଶ୍ବର: ଭୁବନେଶ୍ୱରବାସୀଙ୍କ ନୂଆବର୍ଷ ସେଲିବ୍ରେସନ  ପାଇଁ ଆସିଲା କମିଶନରେଟ ପୁଲିସର କଡା ତାଗିଦ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁରକ୍ଷିତ ନୂଆ ବର୍ଷ ପାଳିବାକୁ କରିଛନ୍ତି  ସଚେତନ।

ନୂଆବର୍ଷ ପାଇଁ ସବୁଆଡେ ଜୋରଦାର ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ, ହୋଟେଲରେ ବ୍ୟାପକ ଆୟୋଜନ ହୋଇଛି। ହୋଟେଲକୁ ଆଲୋକମାଳାରେ ସଜ୍ଜା ଯାଇଛି। କେକ୍ ବେକରି ସପରେ ଲାଗିଛି ଭିଡ।  ଏହା ବ୍ୟତୀତ ମଦର ମଧ୍ୟ ଆସର ଚାଲିବ।

ତେଣୁ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ବରବାସୀଙ୍କୁ ସତର୍କ କରାଯାଇଛି। ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତାରେ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ କି ୫୦ କିମିରୁ ଅଧିକ ବେଗରେ  ଗାଡ଼ି ଚଲାନ୍ତୁ ନାହିଁ। ପାର୍ଟିକୁ ଯାଉଥିଲେ ଡ୍ରାଇଭର ନିଅନ୍ତୁ।

ସେହିପରି  ନୂଆବର୍ଷ ଅବସରରେ ବିଭିନ୍ନ ସ୍ଥାନରେ ଚେକିଂ କରାଯିବ। ନୋ ପାର୍କିଂ ଜୋନ୍‌ରେ ଗାଡ଼ି ମଧ୍ୟ ରଖାଯିବ ନାହିଁ। ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

Leave a Reply

Your email address will not be published.

Back to top button